Pratidin TV

Odisha's Digital News Platform

ସୋଶିଆଲ ମିଡିଆରେ ପୋଷ୍ଟ କରି ବ୍ରେକଅପ୍ କରିଦେଲେ ସୁହାନା ..

1 min read

ଶାହରୁଖଙ୍କ ଲାଡଲି ସୁହାନାଖାନ ଗତବର୍ଷ ବଲିଉଡରେ ଡେବ୍ୟୁ କରିଥିଲେ । ଏହା ପରେ ତାଙ୍କର ସୋଶିଆଲ ମିଡିଆରେ ପ୍ରଶଂସକ ଖୁବ୍ ବଢିଯାଇଥିଲେ । ସେ ମଧ୍ୟ ସୋଶିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ରୁହନ୍ତି । ସର୍ବଦା ସୁହାନା ନିଜର ସୁନ୍ଦର ସୁନ୍ଦର ଫଟୋ ସୋଶିଆଲ ମିଡିଆରେ ସେୟାର କରିଥାନ୍ତି । କିନ୍ତୁ ବର୍ତ୍ତମାନ ସେ ସୋଶିଆଲ ମିଡିଆରେ ନିଜର ବ୍ରେକଅପ ଘୋଷଣା କରିଛନ୍ତି । ତାଙ୍କ ପୋଷ୍ଟ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ର୍ୟୁମର୍ଡ ବୟଫ୍ରେଣ୍ଡ ଅଗସ୍ତ୍ୟ ନନ୍ଦାଙ୍କ ମା ମଧ୍ୟ ଏହି ପୋଷ୍ଟରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ତେବେ କିଛି ଭାବିବା ଥରୁଟେ ସମ୍ପୁର୍ଣ୍ଣ ଖବର ଉପରେ ନଜର ପକାଇ ଦିଅନ୍ତୁ ।

ପ୍ରକୃତରେ ସେ ତାଙ୍କର ବୟଫ୍ରେଣ୍ଡ ବିଷୟରେ କହିନାହାଁନ୍ତି ବରଂ ତାଙ୍କର ସାବୁନ୍ ସହିତ ସେ ବ୍ରେକଅପ କରିଥିବା କଥା କହିଛନ୍ତି । ସୁହାନା ଲକ୍ସର ବ୍ରାଣ୍ଡ ଆମ୍ବାସାଡର ହୋଇପାରିଛନ୍ତି । ଏହି ଷ୍ଟାର କିଡ ଏକ ଭିଡିଓ ଶେୟାର କରି ଲେଖିଛନ୍ତି, ‘ମୋର ଖବର ଅଛି! ମୁଁ ବ୍ରେକଅପ କରିନେଇଛି ।ସେ ତାଙ୍କ ପ୍ରେମିକ ବିଷୟରେ କଥାବାର୍ତ୍ତା କରୁନାହାଁନ୍ତି ବୋଲି ପ୍ରକାଶ କରିଛନ୍ତି । ସେ କହୁଛନ୍ତି ମୁଁ ମୋ ସାବୁନ ସହ ବ୍ରେକଅପ କରି ଦେଇଛି । ସେ ସୋସିଆଲ ମିଡିଆରେ ଏହା ପୋଷ୍ଟ କରିବା ମାତ୍ରେ ତାଙ୍କ ର‌୍ୟୁମର୍ଡ ବୟଫ୍ରେଣ୍ଡ ଅଗସ୍ତ୍ୟ ନନ୍ଦାଙ୍କ ମା’ ଶ୍ୱେତା ବଚ୍ଚନ ନନ୍ଦା ତାଙ୍କ ପୋଷ୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଶ୍ୱେତା ସୁହାନାଙ୍କ ପୋଷ୍ଟରେ ହୃଦୟ ଇମୋଜି ପଠାଇଥିଲେ । ତାଙ୍କ କାର୍ଯ୍ୟ ବିଷୟରେ କହିବାକୁ ଗଲେ, ସେ ବର୍ତ୍ତମାନ ସୁଜୋ ଘୋଷଙ୍କ ଆକ୍ସନ୍‌-ଥ୍ରୀଲର ଚଳଚ୍ଚିତ୍ର କିଙ୍ଗରେ ନଜର ଆସିବେ । ଲଣ୍ଡନରେ ଏହାର ସୁଟିଂ ଆରମ୍ଭ ହେବ ।

Leave a Reply

Your email address will not be published. Required fields are marked *