Pratidin TV

Odisha's Digital News Platform

ଜେଲରୁ ଡିଜିଙ୍କୁ ଚିଠି ଲେଖିଲେ ସୁକେଶ୍ : ଗରିବ କଏଦୀମାନଙ୍କୁ ୫ କୋଟି ଟଙ୍କା ଦାନ କରିବାକୁ ମାଗିଲେ ଅନୁମତି…

1 min read

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାରେ ସୁକେଶଙ୍କ ଚିଠି , ଏଥର କିନ୍ତୁ ଜ୍ୟାକଲିନଙ୍କ ପାଇଁ ପ୍ରେମଭରା ଚିଠି ନୁହେଁ ବରଂ କଏଦୀଙ୍କୁ ଟଙ୍କା ଦାନ କରିବା ପାଇଁ ମାଗୁଛନ୍ତି ଅନୁମତି । ମହାଠକ ସୁକେଶଙ୍କୁ ଘାରିଛି କଏଦୀଙ୍କ ଚିନ୍ତା । ଏଥର ଜେଲ ଭିତରୁ ଡିଜିଙ୍କ ପାଖକୁ ଚିଠି ଲେଖିଛନ୍ତି ସୁକେଶଚନ୍ଦ୍ର । ଯେଉଁଥିରେ ସେ ଜେଲ ଡିଜିଙ୍କୁ ଅନୁରୋଧ କରିଛନ୍ତି କି, ତାଙ୍କୁ ଅନୁମତି ଦେଲେ ସେ ତାଙ୍କ ଜନ୍ମଦିନରେ ଗରିବ କଏଦୀମାନଙ୍କୁ ୫କୋଟି ୧୧ଲକ୍ଷ ଟଙ୍କା ଦାନ କରିବେ ।

କଏଦୀମାନଙ୍କୁ ଜାମିନ ପାଇବାରେ ଆର୍ଥିକ ରୂପେ ସହାୟତା କରିବାକୁ ଚାହୁଛନ୍ତି ସୁକେଶ । ଯେଉଁ କଏଦୀମାନେ ଜାମିନ ପାଇବା ପରେ ବି ଗରିବ ହୋଇଥିବା କାରଣରୁ ସେମାନଙ୍କ ଜାମିନ ବାବଦକୁ ଧାର୍ଯ୍ୟ କରାଯାଇଥିବା ଟଙ୍କା ପୈଠ କରିପାରୁନହାନ୍ତି । ଯାହାଦ୍ୱାରା ସେମାନେ ତିହାର ଜେଲରେ ବର୍ଷ ବର୍ଷ ଧରି ଅଯଥାରେ ସଜା କାଟୁଛନ୍ତି । ଏସମସ୍ତଙ୍କ ପାଇଁ ସୁକେଶ ୫ କୋଟି ୧୧ ଲକ୍ଷ ଟଙ୍କା ଡିମାଣ୍ଡ ଡ୍ରାଫ୍ଟ ଦେଇ କଏଦୀମାନଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି ସୁକେଶ ।

Advertisement

ସୂଚନା ଥାଉକି ୨୦୦ କୋଟି ଟଙ୍କା ଠକେଇ ମାମଲାରେ ସୁକେଶ ଚନ୍ଦ୍ରଶେଖର ଓ ତାଙ୍କ ପତ୍ନୀ ଲୀନା ମାରି ଦିଲ୍ଲୀର ମଣ୍ଡୋଲି ଜେଲ୍ରେ ବନ୍ଦୀ ଅଛନ୍ତି। ଏହାପୂର୍ବରୁ ଉଭୟ ତିହାର ଜେଲ୍ରେ ଥିଲେ। ଏହା ବ୍ୟତୀତ ତାଙ୍କର ବଲିଉଡ ଅଭିନେତ୍ରୀ ନୋରା ଫତେହୀ ଓ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କ ସହ ଥିବା ପ୍ରେମ ସଂପର୍କକୁ ନେଇ ମଧ୍ୟ ସେ ବେଶ୍ ଚର୍ଚ୍ଚାକୁ ଆସିଛନ୍ତି ।

Leave a Reply

Your email address will not be published. Required fields are marked *