Pratidin TV

Odisha's Digital News Platform

ଅଭିନେତ୍ରୀଙ୍କ ପାଇଁ ନବରାତ୍ର ବ୍ରତ ରଖିବେ ସୁକେଶ, ଚିଠିରେ ଲେଖି ଜଣାଇଲେ ନିଜ ହୃଦୟର କଥା..

1 min read

ମୁମ୍ବାଇ: ପୁଣି ଥରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କୁ ଚିଠି ଲେଖିଛନ୍ତି ସୁକେଶ । କୋଟି କୋଟି ଟଙ୍କାର ଠକେଇ ମାମଲାରେ ଦିଲ୍ଲୀ ଜେଲରେ ରହିଛି ଠକ ସୁକେଶ ଚନ୍ଦ୍ରଶେଖର । ଚିଠିରେ ସୁକେଶ ଲେଖିଛନ୍ତି ଯେ ଜ୍ୟାକଲିନ ଏବଂ ତାଙ୍କ ଆଖପାଖରେ ବ୍ୟାପିଥିବା ନକାରାତ୍ମକତାକୁ ହଟାଇବା ପାଇଁ ଏଥର ସେ ନବରାତ୍ରୀ ସମୟରେ ଉପବାସ ରଖିବେ । ସେ ବିଶ୍ୱାସ କରିଛନ୍ତି ଯେ ମାତା ଭବାନୀ ତାଙ୍କୁ ଆଶୀର୍ବାଦ ଦେବେ । ଜ୍ୟାକଲିନଙ୍କ ସୌନ୍ଦର୍ଯ୍ୟକୁ ପ୍ରଶଂସା କରି ସୁକେଶ ଲେଖିଛନ୍ତି ଯେ ଦୋହା ଇଭେଣ୍ଟରେ ଅଭିନେତ୍ରୀ ଜ୍ୟାକଲିନ ବହୁତ ସୁନ୍ଦର ଦେଖାଯାଉଥିଲେ । ଶୀଘ୍ର ଉଭୟ ଏକାଠି ହେବେ । ସୁକେଶ ଲେଖିଛନ୍ତି ଯେ ଦୁନିଆର କୌଣସି ଜେଲ ମୋତେ ତୁମଠାରୁ ଦୂରେଇ ପାରିବ ନାହିଁ । ସୁକେଶଙ୍କ ଅନୁଯାୟୀ ସେ ପୂରା ୯ ଦିନ ଉପବାସ କରିବେ ।

ଚିଠିରେ ସୁକେଶ କ’ଣ ଲେଖିଛନ୍ତି?
ସୁକେଶ ଚିଠିରେ ଲେଖିଛନ୍ତି ଯେ ତାଙ୍କ ଜବୀନରେ ଖୁସି ଶୀଘ୍ର ଫେରି ଆସିବ । ସତ୍ୟର ସମୟ ଆସିଛି । ସେ ଜ୍ୟାକଲିନ୍ ପାଗଳ ଭାବରେ ଭଲ ପାଆନ୍ତି । ତାଙ୍କ ବିରୁଦ୍ଧରେ ଯାହା ଅଭିଯୋଗ ହେଉ, ସେଗୁଡ଼ିକ କଦାପି ସତ୍ୟ ପ୍ରମାଣିତ ହେବ ନାହିଁ । ଗଣନା ଆରମ୍ଭ ହୋଇଛି । ସୁକେଶ ଚିଠିରେ ଲେଖିଛନ୍ତି, ବ୍ୟସ୍ତ ହୁଅନ୍ତୁ ନାହିଁ । ମୁଁ ତୁମକୁ ସାହାଯ୍ୟ କରିବାକୁ ସର୍ବଦା ପ୍ରସ୍ତୁତ ରହିବି । ମୁଁ ଜାଣେ ତୁମେ ମୋତେ କେତେ ଭଲ ପାଅ? ମୁଁ ତୁମ ପାଇଁ ବଞ୍ଚୁଛି ତୁମେ ମୋର ଲାଇଫ୍ ଲାଇନ୍ । ତେବେ ଜ୍ୟାକଲିନଙ୍କୁ ଏହା ସୁକେଶଙ୍କର ପ୍ରଥମ ଚିଠି ନୁହେଁ । ଏହାପୂର୍ବରୁ ସେ ପ୍ରାୟ ୪ ଥର ଚିଠି ଲେଖି ଜ୍ୟାକଲିନଙ୍କ ପ୍ରତି ନିଜର ପ୍ରେମ ବ୍ୟକ୍ତ କରିଥିଲେ । ଚଳିତ ବର୍ଷ ମାର୍ଚ୍ଚରେ ମଧ୍ୟ ତାଙ୍କ ଜନ୍ମଦିନରେ ସୁକେଶ ଏକ ଚିଠି ଲେଖିଥିଲେ । ତା’ପରେ ଏପ୍ରିଲରେ ମଧ୍ୟ ତାଙ୍କର ଗୋଟିଏ ଚିଠି ଗଣମାଧ୍ୟମ ଆଗରେ ଆସିଥିଲା । ମେ ମାସରେ, ତାଙ୍କ ହୃଦୟରେ କ’ଣ ଘଟୁଛି, ସେ ଏକ ଚିଠି ମାଧ୍ୟମରେ କହିଥିଲେ । ସୁକେଶ ସର୍ବଦା ଦାବି କରିଛନ୍ତି ଯେ ସେ ଜ୍ୟାକଲିନଙ୍କ ପ୍ରେମରେ ଥିଲେ । ଏହି ଅବଧି ମଧ୍ୟରେ ସେ ଅନେକ ଦାମୀ ଉପହାର ମଧ୍ୟ ଦେଇଥିଲେ । ଜ୍ୟାକଲିନଙ୍କ ସହ ସୁକେଶଙ୍କର କିଛି ଫଟୋ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ହେଳେ ଏନେଇ ଜ୍ୟାକଲିନ କେବେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ।

Advertisement

Leave a Reply

Your email address will not be published. Required fields are marked *