Pratidin TV

Odisha's Digital News Platform

ବାସଭବନରୁ ବିଧାୟକଙ୍କୁ ଉଠାଇନେଲା ପୋଲିସ,୮ବର୍ଷ ତଳେ ରୁଜୁ ହୋଇଥିଲା ଡ୍ରଗ୍ସ ମାମଲା

1 min read

ଚଣ୍ଡୀଗଡ : ଗିରଫ ହେଲେ କଂଗ୍ରେସ ନେତା ତଥା ବିଧାୟକ ସୁଖପାଲ ସିଂ ଖଇରା । ପଞ୍ଜାବ ପୋଲିସ ଆଜି ସକାଳ ୬ଟା୩୦ ରେ ଚଣ୍ଡୀଗଡ ସ୍ଥିତ ସେକ୍ଟର-୫ ବାସଭବନରୁ ବିଧାୟକଙ୍କୁ ଉଠାଇ ନେଇଛି । ମିଳିଥିବା ସୂଚନା ମୂତାବକ, କଂଗ୍ରେସ ବିଧାୟକଙ୍କୁ ଜଲାଲାବାଦକୁ ନିଆଯାଇଛି । ୨୦୧୫ ର ଏକ ଡ୍ରଗ୍ ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଆଜି ଅପରାହ୍ନ ସୁଦ୍ଧା ତାଙ୍କୁ ଅଧିବେଶନ କୋର୍ଟରେ ହାଜର କରାଯିବ । ଏନଡିପିଏସ୍ ଆକ୍ଟ ଅନୁଯାୟୀ ତାଙ୍କ ବିରୋଧରେ ମାମଲା ବିଚାରାଧୀନ ଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ତାଙ୍କୁ ଅନେକ ଥର ପଚରାଉଚରା କରାଯାଇଛି ।

ଇଡି ପ୍ରାୟ ୮ ବର୍ଷ ଧରି ଏହି ମାମଲାର ପଚରାଉଚୁରା କରି ଆସୁଛି । ଯେଉଁ ମାମଲାରେ ପଞ୍ଜାବ ପୋଲିସ ଖାଇରାଙ୍କୁ ଗିରଫ କରିଛି ତାହା ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଥିବା କୁହାଯାଉଛି ।ଖେର କଂଗ୍ରେସର ଜଣେ ବରିଷ୍ଠ ବିଧାୟକ ହୋଇଥିବାରୁ ତାଭ୍‌କ ଗିରଫକୁ ନେଇ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଚାଲିଛି । ପୂର୍ବରୁ ମଧ୍ୟ ସୁଖପାଲ ସିଂ ଖେରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ବିଧାୟକଙ୍କୁ ଗିରଫ କରିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ କରାଯାଉଛି । ଖେରା ଫେସବୁକ ଲାଇଭ ଭିଡିଓରେ ପୋଲିସ ସହିତ ଯୁକ୍ତିତର୍କ କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।

Advertisement

Leave a Reply

Your email address will not be published. Required fields are marked *