Pratidin TV

Odisha's Digital News Platform

ଚନ୍ଦ୍ରରେ ଉଇଁଲେ ସୂର୍ଯ୍ୟ ପୁଣି ତଥ୍ୟ ଦେବାକୁ ପ୍ରସ୍ତୁତ ବିକ୍ରମ ଏବଂ ପ୍ରଜ୍ଞାନ

ନୂଆଦିଲ୍ଲୀ : ଅନ୍ଧାର ହେଲା ଦୂର ଚନ୍ଦ୍ରରେ ଉଇଁଲା ସୂର୍ଯ୍ୟ । ଚନ୍ଦ୍ରର ଦକ୍ଷିଣମେରୁରେ ପଡିଛି ସୂର୍ଯ୍ୟଙ୍କ କିରଣ । ଗତ ୨୦ ତାରିଖରୁ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁ ଧିରେ ଧିରେ ଦିନ ହେବାରେ ଲାଗିଛି । ସୂର୍ଯ୍ୟ କରିଣ ଚନ୍ଦ୍ରପୃଷ୍ଠରେ ସ୍ପଷ୍ଟ ପଡିବା ପରେ ପୁଣି ଲ୍ୟାଣ୍ଡର ଏବଂ ବିକ୍ରମ ଆକ୍ଟିଭ ହେବ ବୋଲି ଇସ୍ରୋ ଆଶାବାଦୀ ଅଛି । ଯଦି ଏହା ସଫଳ ହୁଏ ତେବେ ଭାରତ ପାଇଁ ଏହା ବଡ଼ ସଫଳତା ହେବ । ଏବଂ ଆଗାମୀ ୧୪ରୁ ୧୫ ଦିନ ଯାଏଁ ଦିନ ଯାଏ ସେମାନେ ଚନ୍ଦ୍ରପୃଷ୍ଠରେ ଅଧିକ ଗବେଷଣା କରିପାରିବେ । ରୋଭର ଓ ଲ୍ୟାଣ୍ଡର ଥିବା ଶିବଶକ୍ତି ପଏଣ୍ଟରେ ସୂର୍ଯ୍ୟ ଉଇଁ ସାରିଲାଣି । ସ୍ଲିପ ମୋଡରେ ଥିବା ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନର ସୋଲାର ପ୍ୟାନେଲଗୁଡିକ ସୂର୍ଯ୍ୟଙ୍କ କିରଣରେ ଚାର୍ଜ ହୋଇପାରେ । ଚନ୍ଦ୍ରପୃଷ୍ଠରେ ରାତିର ତାପମାତ୍ରା ମାଇନସ ୧୨୦ ରୁ ମାଇନସ ୨୦୦ଡିଗ୍ରୀ ପର୍ଯ୍ୟନ୍ତ ରହୁଥିବାରୁ ବିକ୍ରମ ଓ ପ୍ରଜ୍ଞାନର ସମସ୍ତ ସେନସର କାର୍ଯ୍ୟକ୍ଷମ ହେବ କି ନାହିଁ ସେନେଇ ସନ୍ଦେହ ରହିଛି ।

ସେପ୍ଟେମ୍ବର ୪ତାରିଖରେ ଚନ୍ଦ୍ର ପୃଷ୍ଠରେ ରାତି ହେବା ପରେ ବିକ୍ରମ ଓ ପ୍ରଜ୍ଞାନକୁ ସ୍ଲିପ ମୋଡରେ ରଖାଯାଇଥିଲା । ଏବେ ଶିବଶକ୍ତି ପଏଣ୍ଟରେ ସୂର୍ଯ୍ୟ କିରଣ ପଡ଼ିବା ପରେ ପୁଣି ଥରେ ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠର ଅଧ୍ୟୟନ କରିବା ସମ୍ଭାବନା ରହିଛି । ବିକ୍ରମ ଓ ପ୍ରଜ୍ଞାନକୁ ଚନ୍ଦ୍ରଦିନ କାର୍ଯ୍ୟ କରିବାକୁ ନିର୍ମାଣ କରାଯାଇଛି । ଯାହା ପୃଥିବୀର ପ୍ରାୟ ୧୪ଦିନ ସହ ସମାନ । ଯଦି ସେପ୍ଟେମ୍ବର ୨୨ରେ ସେମାନେ ନଉଠନ୍ତି, ତେବେ ଚିରଦିନ ପାଇଁ ଚନ୍ଦ୍ରପୃଷ୍ଠରେ ଭାରତର ଲୁନାର ଆମ୍ବାସାଡର ଭାବେ ସେଠାରେ ଅବସ୍ଥାନ କରିବେ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।୧୪ଦିନ ଦରି ଚନ୍ଦ୍ରରେ ଥିଲା ଅନ୍ଧାର ।

Leave a Reply

Your email address will not be published. Required fields are marked *