ରାଜଧାନୀରେ ରକ୍ତାକ୍ତ ହେଲା ରକ୍ତସମ୍ପର୍କ ; ବାପାକୁ ଛୁରୀ ଭୁସି ଜୀବନ ନେଇଗଲା ପୁଅ ।
1 min readବାପ-ପୁଅର ଅତୁଟ ସର୍ମ୍ପକରେ ବିଶ୍ୱାସଘାତକ କଲା ପୁଅ । ଛୁରୀ ଭୁସି ନିଜ ଜନ୍ମକଲା ବାପାର ଜୀଭନ ନେଇଗଲା ଉଚ୍ଚଶିକ୍ଷିତ ଚାକିରିଆ ପୁଅ ।
(ମଙ୍ଗଳବାର) ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବର ମଞ୍ଚେଶ୍ବର ଥାନା ଅନ୍ତର୍ଗତ ରଙ୍ଗମାଟିଆର ଏକ ଆପାର୍ଟମେଣ୍ଟରେ ଘଟିଛି ଏଭଳି ଏକ ଜଘନ୍ୟକାଣ୍ଡ ଯାହାକୁ ବିଶ୍ୱାସ କରିବା ହୁଏତ ଆପଣଙ୍କ ପକ୍ଷେ ଅସମ୍ଭବ । ହତ୍ୟାକାରୀ ପୁଅର ନାମ ଅନିରୁଦ୍ଧ ଚୌଧୁରୀ, ସେ ଜଣେ ଘରୋଇ ଲ’ କଲେଜର ପ୍ରଫେସର । କାଲି ରାତିଅଧରେ ସେ ନିଜର ୬୦ ବର୍ଷୀୟ ବୃଦ୍ଧ ବାପା ସୁନୀଲ ଚୌଧୁରୀଙ୍କୁ ହତ୍ୟା କରିଥିବା ଜଣାପଡିଛି ।
ରଙ୍ଗମାଟିଆ ଅଞ୍ଚଳର DHPL ଆପାର୍ଟମେଣ୍ଟରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ସୁନୀଲ ଚୌଧୁରୀ ନିଜର ପୁଅ ଅନିରୁଦ୍ଧ ଏବଂ କେୟାରଟେକର ସହ ଆପାର୍ଟମେଣ୍ଟରେ ରହୁଥିଲେ । କାଲି ରାତିରେ ପୁଅ ସୁନୀଲ ଚୌଧୁରୀଙ୍କୁ ଛୁରାମାଡ କରିଥିଲେ । ଏଥିରେ ସେ ଗୁରୁତର ହୋଇପଡିଥିବା ବେଳେ ତାଙ୍କର କେୟାରଟେକର ତାଙ୍କୁ ହସ୍ପିଟାଲକୁ ନେଇଥିଲେ । ଘରୋଇ ବିବାଦକୁ ନେଇ ଏହି ବର୍ବରକାଣ୍ଡ ଘଟିଥିବା ଅନୁମାନ କରାଯାଉଥିବା ବେଳେ ଏନେଇ କିଛି ସ୍ପଷ୍ଟ ହୋଇନି ।
ଘଟଣାସ୍ଥଳ ରେ ମଞ୍ଚେଶ୍ୱର୍ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଛୁରୀ ଜବତ୍ କରିଛି ପୋଲିସ । ଅଭିଯୁକ୍ତ ପୁଅ କୁ ଗିରଫ କରିଛି ପୋଲିସ ।