Pratidin TV

Odisha's Digital News Platform

ଆକାଶରୁ ଖସୁଛି ନିଆଁ , ଅଂଶୁଘାତ ନେଲା ପୁଣି ଏକ ଜୀବନ ..

ଅସହ୍ୟ ଅସମ୍ଭାଳ ତାତି । ଆଉ ଏହି ତାତିରେ ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ । ଜ ଜୀବନ ବ୍ୟତିବ୍ୟସ୍ତ ହୋଇପଡିଛନ୍ତି । ତେବେ ଏହାରି ମଧ୍ୟରେ ଟାଣଖରାରେ ଚାଲି ଯାଉଛି ନୀରିହଙ୍କ ଜୀବନ । ଆଜି ପୁଣି ଜଣେ ଅଂଶୁଘାତରେ ମୃତ୍ୟୁବରଣ କରିଥିବା ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁସାରେ ଲୋଇସିଂହା ବ୍ଲକ୍ ଅନ୍ତର୍ଗତ ମାଣ୍ଡିଆପଦର ଗାଁର ଅମର ପାଣ୍ଡେ ଗତ ରାତି ପ୍ରାୟ ୭ଟାରୁ ୮ଟା ମଧ୍ୟରେ ମଜୁରି କାମ କରି ଘରକୁ ଫେରିଥିଲେ । ଘରେ ପହଂଚି ସେ ଟିକେ ଅସୁସ୍ଥତା ଅନୁଭବ କରିଥିବା ବେଳେ ତାଙ୍କ ପାଟିରୁ ଲାଳ ବାହାରିଥିଲା ।

ପରିବାର ଲୋକେ ତାଙ୍କୁ ତୁରନ୍ତ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍ କଲେଜ ଓ ହସ୍‌ପିଟାଲ୍‌କୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ସାନ କହିଛନ୍ତି ଯେ ବଡଭାଇ ଖରାରେ କାମ କରୁଥିବା ହେତୁ ଅଂଶୁଘାତରେ ବଡ଼ଭାଇଙ୍କ ମୃତ୍ୟୁ ଘଟିଛି । ମୃତକ ଅମରଙ୍କ ପରିବାରରେ ତାଙ୍କ ପତ୍ନୀ ଏବଂ ଜଣେ ଛୋଟ ପୁଅ ରହିଥିବା ବେଳେ ପରିବାରରେ ମୃତକ ଏକମାତ୍ର ରୋଜଗାରିଆ ଥିଲେ । ତାଙ୍କ ଅକାଳ ମୃତ୍ୟୁ ପରେ ଏବେ ପରିବାର ଚଳିବ କେମିତି ? ଏହାକୁ ନେଇ ପ୍ରଶ୍ନ କରିଛନ୍ତି ପରିବାର । ଏଣୁ ମୃତକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ ପାଇଁ ନିବେଦନ କରିଛନ୍ତି ପରିବାର ଠାରୁ ଗ୍ରାମବାସୀ ମାନେ ।

Leave a Reply

Your email address will not be published. Required fields are marked *