Pratidin TV

Odisha's Digital News Platform

କେତେବେଳେ ବନ୍ଦ ହେବ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ; ଜାଣନ୍ତୁ ସଠିକ୍ ସମୟ ….

1 min read

ଆଜି ମହଣ ମହଣ ସୁନାରେ ଛାଉଣୀ ହୋଇ ସଜେଇ ହୋଇଛନ୍ତି ୩ ଭାଇ-ଭଉଣୀ । ସୁନାବେଶରେ ଖୁବ୍ ଝଟକୁଛନ୍ତି ଆମ ଚତୁଦ୍ଧାମୂରତୀ । କାହିଁ କେଉଁ ଦୂର ଦୂରାନ୍ତରୁ ଆଜି ପ୍ରଭୁଙ୍କ ଏହି ବେଶ ଦେଖିବାକୁ ଜମିଛି ଭିଡ । ଏହି ନବଦିନାତ୍ମକ ମାନିବୀୟ ଳୀଳ।ରେ ପ୍ରଭୁ ନିଜେ ଭକ୍ତମାନଙ୍କୁ ନିଜର ଅପୂର୍ବ ରୂପର ଦର୍ଶନ ଦେବାକୁ ଆସିଥାନ୍ତି ।

ଆଜି ସନ୍ଧ୍ୟା ୫ ଟାରୁ ଆରମ୍ଭ ହୋଇଛି ସୁନାବେଶ ଦର୍ଶନ । ଆଉ ଏହି ଦର୍ଶନ ଆଜି ରାତି ୧୧ ଟା ଯାଏଁ ଚାଲିବ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏହି ସୂଚନା ଦେଇଛନ୍ତି। ୧୧ ଟାପରେ ପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ।

Advertisement

ଏନେଇ ଶ୍ରୀ ପାଢୀ କହିଛନ୍ତି ଯେ ଏ ବର୍ଷ ବଢ଼ିବନି ସୁନାବେଶର ଦର୍ଶନ ସମୟ। ଯେଉଁ ସମୟ ନିର୍ଘଣ୍ଟ ହୋଇଛି, ସେତିକି ସମୟ ହିଁ ମହାପ୍ରଭୁଙ୍କ ଦର୍ଶନ ମିଳିବ। ରାତି ୧୧ ଟାରେ ବନ୍ଦ ହେବ ସୁନାବେଶ ଦର୍ଶନ। ଆସନ୍ତାକାଲି ଭିତର ରତ୍ନଭଣ୍ଡାର ଖୋଲାଯିବାକୁ ଥିବାରୁ ସୁନାବେଶରେ ନିୟୋଜିତ ଭଣ୍ଡାର ମେକାପମାନେ ସେଥିରେ ମଧ୍ୟ ବ୍ୟସ୍ତ ରହିବେ। ତେଣୁ ବଢିବନି ସୁନାବେଶ ଦର୍ଶନ ।

Leave a Reply

Your email address will not be published. Required fields are marked *