Pratidin TV

Odisha's Digital News Platform

ରାଉରକେଲା ଆସୁଥିବା ବସକୁ ପିଟିଲା ଟ୍ରକ……୧୦ରୁ ଉର୍ଦ୍ଧ ଯାତ୍ରୀ ଆହତ

1 min read

ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ଟିକାୟତପାଲି ଥାନା ଅନ୍ତର୍ଗତ ୧୪୩ ନଂ ଜାତୀୟ ରାଜପଥ ସ୍ଥିତ ଯାତ୍ରାଖମଣ ଓ କସଡ଼ା ରାସ୍ତା ଉପରେ ଟ୍ରକ ଓ ବସ ମଧ୍ୟରେ ମୁହାଁମୁହିଁ ଧକ୍କା | ଏହି ଦୁର୍ଘଟଣାରେ ୧୦ ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଥିବାବେଳେ ସେଥି ମଧ୍ୟରୁ ୨ ଜଣ ଅଧିକ ଗୁରୁତର ହୋଇଥିବା ନେଇ ଜଣାପଡିଛି । ସ୍ଥାନୀୟ ଲୋକ ଓ ଟିକାୟତପାଲି ପୋଲିସର ସହାୟତାରେ ଆହତମାନଙ୍କୁ ବଣାଇ ଉପଖଣ୍ଡ ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ଅଧିକ ଗୁରୁତର ଥିବା ଲୋକଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଥିବା ଜଣାପଡିଛି ।

ଘଟଣା ଅନୁଯାୟୀ, ଅନୁପମା ନାମକ ଏକ ଘରୋଇ ଯାତ୍ରୀବାହି ବସ ରାତି ପ୍ରାୟ ୩ ଘଟିକା ସମୟରେ ଆଳୀ ରାଜକନିକାରୁ ରାଉରକେଲା ଆସୁଥିବାବେଳେ ଜାତୀୟ ରାଜପଥ ସାମ୍ନା ପଟୁ ଏକ ଟ୍ରକ ଦ୍ରୁତ ଗତିରେ ଆସି ସାମ୍ନାସାମ୍ନୀ ବସକୁ ପିଟିଥିଲା। ଏହି ଘଟଣା ପ୍ରାୟ ରାତି ୩ ଟା ବେଳକୁ ହୋଇ ଥିବା ଜଣା ପଡିଛି। ଏହି ୧୪୩ ନମ୍ୱର୍ ଜାତୀୟ ରାଜପଥ ରାସ୍ତାଟି ଏବେ ଏଆରଏସଏସ ନାମକ ଏକ ଠିକା ସଂସ୍ଥା ଫରୱେ କାମ କରୁଥିବା ଯୋଗୁଁ ଗୋଟିଏ ସାଇଟରେ ଗାଡି ଯିବା ଆସିବା କରୁଛି ଫଳରେ ଏହି ଦୁର୍ଘଟଣା ହୋଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଘଟଣାସ୍ଥଳରୁ ଉଭୟ ଗାଡ଼ିର ଗାଡି ଚାଳକ ଫେରାର ହୋଇ ଯାଇଥିବା ପୋଲିସ କହିଥିବାବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଛି ।

Advertisement

Leave a Reply

Your email address will not be published. Required fields are marked *