Pratidin TV

Odisha's Digital News Platform

ଆଜି ୧୨ ଘଣ୍ଟିଆ ବନ୍ଦ ସୁନ୍ଦରଗଡ ; ୨ ମହିଳା ଅଫିସରଙ୍କ ମୃତ୍ୟୁକୁ ନେଇ ତାତିଲେ ବିଜେପି ଓ ଆଦିବାସୀ ମହିଳା ମୋର୍ଚ୍ଚା….

1 min read

ସୁନ୍ଦରଗଡ : ଆଜି ୧୨ ଘଣ୍ଟିଆ ବନ୍ଦ ସୁନ୍ଦରଗଡ ଜିଲ୍ଲା । ତାତିଲେ ମହିଳା ଆଦିବାସୀ ମୋର୍ଚ୍ଚା ଓ ବିଜେପି ମୋର୍ଚ୍ଚା । ରାଉରକେଲାର ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ମହିଳା ପୁଲିସ ଅଧିକାରୀ ଅଲିସା ନର୍ମି ଲୁଗୁନଙ୍କ ମୃତ୍ୟୁ ରହସ୍ୟ ପର୍ଦ୍ଦାଫାସ କରିବାରେ ପୁଲିସ ଏ ଯାଏଁ ସଫଳ ହୋଇପାରି ନ ଥିବା ବେଳେ ଏହି ଦୁଇଟି ଘଟଣାରେ ବଡ଼ ବଡ଼ିଆଙ୍କ ସମ୍ପୃକ୍ତି ଅଭିଯୋଗ କରି ଘଟଣା ର ସିବିଆଇ ତଦନ୍ତ ଦାବୀ କରିଛନ୍ତି ବିଜେପି ଓ ଆଦିବାସୀ ମହିଳା ମୋର୍ଚ୍ଚା । ଆଜି ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଯଥା -ସୁନ୍ଦରଗଡ଼, ପାନପୋଷ ଓ ବଣାଇ ସାଂଗଠନିକ ଜିଲ୍ଲାର ମହିଳା ମୋର୍ଚ୍ଚା ଓ ଆଦିବାସୀ ମୋର୍ଚ୍ଚା ପକ୍ଷରୁ ସକାଳ ୬ ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ସୁନ୍ଦରଗଡ଼ ଜିଲ୍ଲା ବନ୍ଦ ଡ଼ାକରା ଦିଆ ଯାଇଛି। ଫଳରେ ୧୪୩ ନମ୍ବର ଜାତୀୟ ରାଜପଥର ନରେନ୍ଦ୍ର, ରାଜାମୁଣ୍ଡା ରାସ୍ତା ଉପରେ ବନ୍ଦ ଯୋଗୁ ଶହ ଶହ ଟ୍ରକ, କାର, ହାଇୱା ଗାଡ଼ି ଗୁଡ଼ିକ ଛିଡ଼ା ଅଟକି ରହିଛି। କେବଳ ଜରୁରୀକାଳୀନ ସେବା ଗୁଡ଼ିକୁ ସେଥିରୁ ବାଦ ଦିଆଯାଇଛି।

ସହକାରୀ ଜିଲ୍ଲାପାଳ ଓ ପୁଲିସ ଅଧିକାରୀ ଙ୍କ ରହସ୍ୟଜନକ ଆକସ୍ମିକ ଓ ସନ୍ଦେହଜନକ ମୃତ୍ୟୁକୁ ଲୋକେ ସହଜରେ ଗ୍ରହଣ କରିପାରିନାହାନ୍ତି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଉଛି। ଯେହେତୁ ପୋଲିସ କୁ ଉଭୟ ଘଟଣା ର ତଦନ୍ତ ରେ କୌଣସି ସଫଳତା ମିଳି ନାହିଁ । ତେଣୁ ଏହି ଘଟଣାର ସିବିଆଇ ତଦନ୍ତ କରାଯାଇ ଦୁଇ ମହିଳା ଅଧିକାରୀ ଙ୍କ ପରିବାରକୁ ନ୍ୟାୟ ଦିଆ ଯାଉ ବୋଲି ବିଜେପି ର ପ୍ରମୁଖ ଦାବୀ ରହିଛି।

Advertisement

ଏହା ଛଡ଼ା ମହିଳା ସୁରକ୍ଷା ର କଥା କହୁଥିବା ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ଦୁଇ ମହିଳା ଅଧିକାରୀଙ୍କ ରହସ୍ୟ ଜନକ ମୃତ୍ୟୁକୁ ନେଇ ରାଜ୍ୟ ସରକାର ଙ୍କ ମହିଳା ସୁରକ୍ଷାର ବାର୍ତ୍ତା ଏକ ଧୁଆଁ ବାଣ ବୋଲି ବିଜେପି ପକ୍ଷରୁ କୁହାଯାଉଛି। ଯେଉଁଠି ଉଚ୍ଚ ପଦବୀରେ ନିଯୁକ୍ତ ମହିଳା ଅଧିକାରୀ ସୁରକ୍ଷିତ ନାହାନ୍ତି ସେଇଠି ସାଧାରଣ ମହିଳା କେତେ ସୁରକ୍ଷିତ ବୋଲି ବିଜେପି ପକ୍ଷରୁ ପ୍ରଶ୍ନ ଉଠିଛି। ଏହା ଛଡ଼ା ସ୍କୁଲ ଗୁଡିକ ର ପରୀକ୍ଷାକୁ ଦୃଷ୍ଟିରେ ରଖି ଏହାକୁ ବନ୍ଦ ପାଳନ ରୁ ବାଦ ଦିଆ ଯିବା ସହିତ ସମସ୍ତ ବଣାଇ ସହରରେ ସରକାରୀ ଓ ବେସରକାରୀ କାର୍ଯ୍ୟଳୟ ଦୋକାନ, ବଜାର ଗୁଡିକ ବନ୍ଦ ଡାକରା ଯୋଗୁଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *