ବିକଶିତ ଓଡିଶାରେ ଜଳର ଅଭାବି ଚିତ୍ର , ଚୂଆ ମେଣ୍ଟାଉଛି ଗ୍ରାମବସୀଙ୍କ ତୃଷ୍ଣା ..
1 min readସୁନ୍ଦରଗଡ : ଅନ୍ୟ ରାଜ୍ୟ ମାନଙ୍କ ତୁଳନାରେ ଓଡିଶା ଆଜି ବିକାଶ ପଥରେ ଢେର ଆଗରେ । ହେଲେ ଏହି ବିକଶିତ ରାଜ୍ୟରେ ଜଳର ଏଭଳି ଅଭାବି ଚିତ୍ର ଦେଖିବାକୁ ମିଳିଛି ।ରାଜ୍ୟ ସରକାରଙ୍କର ଯୋଜନା ଉପରେ ଯୋଜନା ସେଥିମଧ୍ୟରୁ ପାନୀୟ ଜଳଯୋଗାଣ ବସୁଧା ଜଳ ପ୍ରକଳ୍ପ କିନ୍ତୁ ବାସ୍ତବରେ ଏଠି ଓଲଟା ଦେଖିବାକୁ ମିଳିଛି। ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ କାଲତା ପଞ୍ଚାୟତର ପୁଣ୍ଡିପୋଖରୀ ଗ୍ରାମର ମାନୁ ବସ୍ତି ଅନେକ ବର୍ଷ ଧରି ଲାଗି ରହିଚି ପାଣିର ସମସ୍ୟା ।
ଘରୋଇ ଖଣି କମ୍ପାନୀ ସାହିକୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଉଥିଲା କିନ୍ତୁ ତାହା ମଧ୍ୟ ବର୍ଷେ ହେଲା ବନ୍ଦ କରିଦେଇଛି । ଗ୍ରାମରେ ଏକ ପୁରୁଣା ଟ୍ୟୁବଲ ଅଛି ତାହା ପାଣି ଦୁର୍ଗନ୍ଧ ହେବାସହ ପାଣିକୁ କିଛି ସମୟ ରଖିଲା ପରେ ନାଲି ପଡିଯାଉଛି ଯାହାଫଳରେ ଏହି ଜଳ ଉପଯୋଗୀ ହେଉନାହିଁ। ଶେଷରେ ବସ୍ତି ବାସିନ୍ଦା ବସ୍ତି ନିକଟ ଦେଇ ବୋହିଯାଉଥିବ କାରୋ ନଦୀ ଉପରେ ଭରଷା କରି ଚୁଆ ଖୋଲି ବର୍ଷା,ଶୀତ, ଖରା ସବୁ ସମୟରେ ଏହି ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି।
ଯାହାଫଳରେ ଏହି ପାଣିକୁ ପିଇ ବସ୍ତିର ଛୋଟ ଛୋଟ ଛୁଆମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି ବୋଲି ବସ୍ତିର ମହିଳା ମାନେ ଅଭିଯୋଗ କରିଛନ୍ତି।ଏହି ବିଷୟରେ ସରପଞ୍ଚ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏହି ପାନୀୟ ସମସ୍ୟାକୁ ସମାଧାନ କରିବା ପାଇଁ ଗ୍ରାମବାସୀ ପ୍ରଶାସନିକ ଅଧିକାରୀଙ୍କୁ ଦାବୀ କରିଛନ୍ତି।