Pratidin TV

Odisha's Digital News Platform

ପୋଷ୍ଟ ମାଷ୍ଟର ସ୍ନିଗ୍ଧା ପ୍ରଧାନ ହତ୍ୟା ମାମଲାର ବଡ ଖୁଲାସା : ସତ ସ୍ୱୀକାର କଲା ପୁରୁଷ ବନ୍ଧୁ , ରଚିଥିଲା ଷଡଯନ୍ତ୍ର …

1 min read

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ପୋଷ୍ଟ ମାଷ୍ଟର ସ୍ନିଗ୍ଧା ପ୍ରଧାନ ହତ୍ୟା ମାମଲା ରେ ଏକ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସିଛି। ହତ୍ୟା ପରେ ସ୍ନିଗ୍ଧାଙ୍କ ମାଆଙ୍କ ମୋବାଇଲରେ ଏକ ଅଜଣା ନମ୍ବର ରୁ whatsaap ମେସେଜ କରି ସ୍ନିଗ୍ଧା ଏବଂ ତାର ପ୍ରେମିକ ନୟନ କୁ ହତ୍ୟା କରି ଫିଙ୍ଗି ଦେଇଥିବା ସୁଚନା ଦେବା ସହ ଲୋକେସନ ମଧ୍ୟ ସେୟାର କରିଥିଲା। ତେବେ ତାଙ୍କ ମା ଶାନ୍ତି ପ୍ରଧାନ ତାଙ୍କୁ କେହି ଜଣେ ମଜା କରୁଥିବ ଭାବି ଗୁରୁତ୍ବ ଦେଇ ନଥିଲେ । ଆଜି କିନ୍ତୁ ସ୍ନିଗ୍ଧା ର ମୃତ ଦେହ ମିଳିବା ପରେ ପ୍ରେମିକ ନୟନ ଙ୍କ ମୃତଦେହ ମିଳିନଥଲା ।

ଅନ୍ୟପଟେ ନୟନ ଖୋଲାଖୋଲି ବୁଲୁଥିବାର ଖବର ପାଇ ପୋଲିସ ତାକୁ ଅଟକ ରଖି ତଦନ୍ତ ଚଳାଇଥିଲା । ଯେଉଁ ନୟନକୁ ସ୍ନିଗ୍ଧାଙ୍କ ସହ ମାରି ଦେଇଥିବା ସୂଚନା ଦିଆଯାଇଥିଲା ସେ କିନ୍ତୁ ଜୀବିତ ରହିଛି । ଏଣୁ ପୋଲିସ ନୟନକୁ ଖୋଜି ପଚରାଉଚରା ଚଳାଇଥିବା ପରେ ସମୃକ୍ତ ମାମଲା ସାମ୍ନାକୁ ଆସିଛି । ପୋଲିସ ଆଗରେ ହତ୍ୟାର ସତ୍ୟ ଓଗାଳିଛି ପୁରୁଷବନ୍ଧୁ । ପ୍ରେମରେ ସନ୍ଦେହ ଯୋଗୁ ସେ ସ୍ନିଗ୍ଧାଙ୍କୁ ହତ୍ୟା କରିଥିବା ପ୍ରକାଶ କରିଥିଲା । ଏହାପରେ ଲେଫ୍ରିପଡା ପୋଲିସ ଆଜି ଅଭିଯୁକ୍ତ ନୟନକୁ କୋର୍ଟ ଚାଲାଣ କରିଛି ।

Advertisement

ସୂଚନା ଅନୁସାରେ ଗତକାଲି ଟିକିଲିପଡ଼ା ଘରୁ ନିଜ ସଂପର୍କୀୟ ଭାଇ ଙ୍କ ସହିତ ଅଫିସ ଯିବା ପାଇଁ ବାହାରିଥିଲା ସ୍ନିଗ୍ଧା ପ୍ରଧାନ। ଲେଫ୍ରିପଡ଼ାରେ କାମ ଅଛି କହି ସଂପର୍କୀୟ ଭାଇକୁ ଫେରି ଯିବା ପାଇଁ କହିଥିଲା। କିନ୍ତୁ ସେ ଭଡ଼ାରେ ରହୁଥିବା ତେଲେନଡିହି ଘରକୁ ମଧ୍ୟ ଯାଇନଥିଲେ କି ଅଫିସ କୁ ମଧ୍ୟ ଯାଇନଥିଲା । ଘରକୁ ନ ଫେରିବାରୁ ଭଡ଼ା ଘର ମାଲିକ ତାଙ୍କ ମାଆ ଙ୍କୁ ଫୋନ୍ କରି ସ୍ନିଗ୍ଧା ଆସିନଥିବା ଜଣାଇବା ପରେ ଘର ଲୋକେ ଖୋଜାଖୋଜି କରି ନ ପାଇବାରୁ ସଂଧ୍ୟା ରେ ନିଖୋଜ ଅଭିଯୋଗ କରିଥିଲେ ଥାନାରେ । ଏହା ପରେ ଗତକାଲି ସ୍ନିଗ୍ଧାଙ୍କ ମୃତ ଦେହ ବେଲସରିଆପଡ଼ା ଜଙ୍ଗଲ ନିକଟରେ ମିଳିଛି ।

Leave a Reply

Your email address will not be published. Required fields are marked *