Pratidin TV

Odisha's Digital News Platform

ଆଜିବି ଝରଣା ପାଣି ଭରସାରେ ତିନିଶହ ପରିବାର ; କୁଆଡେ ଗଲା ସରକାରଙ୍କ ପାନୀୟ ଜଳ ବ୍ୟବସ୍ଥା ..

1 min read

କୋଇଡା : ଆଜିବି ଝରଣା ପାଣି ଭରସାରେ ତିନିଶହ ପରିବାର। ଏପରି ଏକ ଅଭାବନୀୟ ଦୃଶ୍ୟ ଖଣି ରାଜଧାନୀ ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ କାଲଟା ପଞ୍ଚାୟତରେ ଦେଖିବାକୁ ମିଳିଛି । ପଞ୍ଚାୟତର ବାର୍ଲା ସାହି , କାଣ୍ଡୁଲାନା ସାହି , ଲୁଗୁନ ସାହି , ଗୀର୍ଜା ଟୋଲା , ନାଏକ ସାହି , ଏବଂ ଯାକି ଟୋଲାରେ ବସବାସ କରନ୍ତି ତିନିଶହ ରୁ ଉର୍ଦ୍ଧ୍ବ ପରିବାର । ଏହି ସାହି ଗୁଡିକର ପାନୀୟ ଜଳର ଏକମାତ୍ର ମାଧ୍ୟମ ସାଜିଛି ଜଙ୍ଗଲ ମଧ୍ୟରେ ଥିବା ଆମ୍ବଝରର ଝରଣା ପାଣି ।

ତିନିଶହ ପରିବାର ମଧ୍ୟରେ ଦୁଇଟି ବୋରିଂ ସରକାରଙ୍କ ତରଫରୁ ବ୍ୟବସ୍ଥା କରାଯାଇଥିବା ବେଳେ ରକ୍ଷଣାବେକ୍ଷଣ ଅଭାବରୁ ସେସବୁ ଅଚଳ ହୋଇ ନାଲି ପାଣି ବାହାରୁଛି ଫଳରେ ଲୋକେ ଝରଣା ପାଣିକୁ ପିଇବା ଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟରେ ବ୍ୟବହାର କରୁଛନ୍ତି । ଅନ୍ୟପଟେ ସ୍ଥାନୀୟ ଖଣି କମ୍ପାନୀ ସାହି ଗୁଡିକୁ ଝରଣାରୁ ପାଇପ ଯୋଗେ ପାଣି ଯୋଗାଉଥିବା ବେଳେ ଏହି ପାଣି ପିଇବା ଉପଯୋଗୀ ହୋଇ ନଥିଲେ ସୁଦ୍ଧା ଲୋକଙ୍କ ପଖରେ କୌଣସି ବିକଳ୍ପ ନଥିବରୁ ବାଧ୍ୟ ହୋଉ ପାଣିକୁ ପିଉଛନ୍ତି ।

Advertisement

ଏମିତିକି ବର୍ଷା ଦିନେ ପାଣି ନାଲି ରଙ୍ଗ ହେଇଯାଉଥିବା ବେଳେ ଖରା ଦିନେ ପାଣି ଅଭାବ ଯୋଗୁ ଗ୍ରାମର ମହିଳା ମାନେ ଏକ କିଲୋମିଟର ଜଙ୍ଗଲ ମଧ୍ୟରେ ଚାଲି ଚାଲି ଯାଇ ପାଣି ସଂଗ୍ରହ କରୁଛନ୍ତି । ରାସ୍ତାରେ ବନ୍ୟଜନ୍ତୁଙ୍କ ଭୟ ଥିବାରୁ ଗ୍ରାମର ଅଧିକାଂଶ ପୁରୁଷ ଜଂଗଲ ମଧ୍ୟକୁ ଯାଇ ମହିଳା ମାନଙ୍କୁ ସୁରକ୍ଷା ଦେଉଥିବା ଲୋକେ ଅଭିଯୋଗ କରିଛନ୍ତି । ତୁରନ୍ତ ଏହି ସାହି ଗୁଡିକୁ ପାନୀୟ ଜଳ ଯୋଗାଇ ଦେବାକୁ ବସ୍ତି ବାସିନ୍ଦା ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *