ଫିଲ୍ମ ଶୁଟିଂ ବେଳେ ଆହତ ହେଲେ ସୁନୀଲ ଶେଟ୍ଟୀ ,ଏବେ ଏମିତି ଅଛି ଅଭିନେତା ଙ୍କ ଅବସ୍ଥା …
1 min readଫିଲ୍ମ ଶୁଟିଂ ସମୟରେ ଆହତ ହେଲେ ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀ ।ଫିଲ୍ମ ‘ହଣ୍ଟର୍’ର ଶୁଟିଂ ସମୟରେ ତାଙ୍କୁ ଆଘାତ ଲାଗିଛି । ଏକ ଆକ୍ସନ୍ ସିନ୍ କରୁଥିବା ବେଳେ ସେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଯାହା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା ଜାରି ରହିଛି । ଆଘାତ ଖବର ଆସିବାର କିଛି ସମୟ ପରେ ସୁନୀଲ ଶେଟ୍ଟୀ ତାଙ୍କ ସ୍ୱାସ୍ଥ୍ୟ ଅପଡେଟ୍ ଦେଇ କହିଛନ୍ତି ଯେ ସେ ଭଲ ଅଛନ୍ତି। ସୁନୀଲ ଶେଟ୍ଟୀଙ୍କ ମୁଖପାତ୍ର କହିଛନ୍ତି- ‘ଆନ୍ନା ଆଜି ଆକ୍ସନ୍ ସିନ୍ ଶୁଟିଂ କରୁଥିବାବେଳେ ଆହତ ହୋଇଥିଲେ। ସେ ମୁମ୍ବାଇରେ ଫିଲ୍ମର ଶୁଟିଂ କରୁଥିଲେ।
ଏହି ଦୃଶ୍ୟରେ ଅନ୍ୟ ତିନି ଜଣ କଳାକାର ଥିଲେ, ସେମାନଙ୍କ ମଧ୍ୟରୁ ଜଣେ ତାଙ୍କୁ ଏକ ଲମ୍ବା ବାଡ଼ିରେ ଆକ୍ରାମଣ କରିବାର ଏକ ସିନ୍ ଥିଲା । ଏହି ଦୃଶ୍ୟର ଶୁଟିଂ କରିବା ବେଳେ ଉକ୍ତ କାଠ ବାଡି ତାଙ୍କ ଦେହରେ ବାଜି ଅଭିନେତା ଆହତ ହୋଇଛନ୍ତି । ତୁରନ୍ତ ତାଙ୍କର ଚିକିତ୍ସା କରାଯାଇଥିଲା ଏବଂ ବର୍ତ୍ତମାନ ସେ ଭଲ ଅଛନ୍ତି । ପ୍ରଶଂସକଙ୍କୁ ସୁନୀଲ ଶେଟ୍ଟୀ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅପଡେଟ୍ ଦେଇଛନ୍ତି। ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ପୋଷ୍ଟ କରି ସେ ଲେଖିଛନ୍ତି – ଏହା ଏକ ଛୋଟ ଆଘାତ, ଗମ୍ଭୀର କିଛି ନୁହେଁ । ମୁଁ ସମ୍ପୂର୍ଣ୍ଣ ଭଲ ଏବଂ ପରବର୍ତ୍ତୀ ସଟ୍ ପାଇଁ ପ୍ରସ୍ତୁତ । ଆପଣଙ୍କ ପ୍ରେମ ଏବଂ ଚିନ୍ତା ପାଇଁ ମୁଁ ବହୁତ କୃତଜ୍ଞ ।