Pratidin TV

Odisha's Digital News Platform

ପ୍ରଥମ ଭାରତୀୟ ଭାବେ ସୁନୀଲ ଭାରତୀ ମିତ୍ତଲ ପାଇଲେ ନାଇଟ୍‌ହୁଡ୍ ସମ୍ମାନ , କିଙ୍ଗ ଚାର୍ଲସ ତୃତୀୟ କଲେ ସମ୍ମାନୀତ …

1 min read

ବ୍ରିଟିଶ୍ ସରକାରଙ୍କ ସର୍ବଶ୍ରେଷ୍ଠ ସମ୍ମାନର ଅଧିକାରୀ ହେଲେ ସୁନୀଲ ଭାରତୀ ମିତ୍ତଲ । ଭାରତୀ ଏଣ୍ଟରପ୍ରାଇଜେସ୍ କମ୍ପାନୀ ଲିମିଟେଡର ସଂସ୍ଥାପକ ଭାରତୀ ମିତ୍ତଲ ବ୍ରିଟିଶ ସମ୍ରାଜ୍ୟର ସବୁଠୁ ବଡ ପୁରସ୍କାର ନାଇଟ୍ ହୁଡ୍ କମାଣ୍ଡର ଅଫ୍ ଦି ମୋଷ୍ଟ ଏକ୍ସିଲେଣ୍ଟ ଅର୍ଡର ଅଫ୍ ଦି ବ୍ରିଟିଶ୍ ଏମ୍ପାୟର ରେ ସମ୍ବର୍ଦ୍ଧିତ କରାଯାଇଛି । ତାଙ୍କୁ କିଙ୍ଗ ଚାର୍ଲସ ତୃତୀୟ ସମ୍ମାନୀତ କରିଛନ୍ତି । ଭାରତ-ବ୍ରିଟେନ ବ୍ୟବସାୟକୁ ସେ ଅଧିକ ମଜବୁତ କରିଥିବାରୁ ତାଙ୍କୁ ସମ୍ମାନୀତ କରାଯାଇଛି । ଏହି ପୁରସ୍କାର ପାଇବା ପରେ ସୁନୀଲ ମିତ୍ତଲ କହିଛନ୍ତି “ମହାରାଜା ଚାର୍ଲ୍ସଙ୍କ ଏହି ସ୍ୱୀକୃତିକୁ ମୁଁ ନମ୍ରତାର ସହିତ ଗ୍ରହଣ କରୁଛି । ବ୍ରିଟେନ ଏବଂ ଭାରତର ଐତିହାସିକ ସମ୍ପର୍କ ରହିଛି, ଯାହା ବର୍ତ୍ତମାନ ସହଯୋଗ ଏବଂ ସହଯୋଗର ଏକ ନୂତନ ଯୁଗରେ ପ୍ରବେଶ କରୁଛି । ଆମର ଦୁଇ ମହାନ ରାଷ୍ଟ୍ର ମଧ୍ୟରେ ଅର୍ଥନୈତିକ ଏବଂ ଦ୍ୱିପାକ୍ଷିକ ବାଣିଜ୍ୟିକ ସମ୍ପର୍କକୁ ମଜବୁତ କରିବା ଦିଗରେ କାର୍ଯ୍ୟ କରିବାକୁ ମୁଁ ପ୍ରତିଶ୍ରୁତିବଦ୍ଧ ବୋଲି ମିତ୍ତଲ କହିଛନ୍ତି ।” ‘ମୁଁ ବ୍ରିଟେନ ସରକାରଙ୍କ ପ୍ରତି କୃତଜ୍ଞ, ଯାହାର ସମର୍ଥନ ତଥା ବ୍ୟବସାୟର ଆବଶ୍ୟକତା ପ୍ରତି ଧ୍ୟାନ ଦେଶକୁ ଏକ ଆକର୍ଷଣୀୟ ପୁଞ୍ଜି ବିନିଯୋଗରେ ପରିଣତ କରିବାରେ ଗୁରୁତ୍ୱପୂର୍ଣ୍ଣ ଅଟେ’ । ନାଇଟ୍ ହୁଡ୍ ହେଉଛି

ବ୍ରିଟିଶ ସରକାରଙ୍କ ସର୍ବୋଚ୍ଚ ସମ୍ମାନ । ଏହା ବ୍ରିଟିଶ ସରକାରଙ୍କ ପକ୍ଷରୁ ନିଜ ଦେଶର ଶ୍ରେଷ୍ଠ ଲୋକଙ୍କୁ ଦିଆଯାଏ । ଏଥିସହ ଭଲ କାମ କରିଥିବା ବିଦେଶୀ ନାଗରିକମାନଙ୍କୁ ମଧ୍ୟ ପ୍ରଦାନ କରାଯାଇଥାଏ । ହେଲେ ଏହି ସମ୍ମାନରେ ସ ପୂର୍ବରୁ କୌଣସି ଭାରତୀୟ ସମ୍ମାନୀତ ହୋଇ ନଥିଲେ ।

Advertisement

Leave a Reply

Your email address will not be published. Required fields are marked *