ଅଲମ୍ପିକ୍ସ କୁ ନେଇ ସୁନୀଲ ଛେତ୍ରୀଙ୍କ ବଡ଼ ଖୁଲାସା , କହିଲେ ଭାରତକୁ ମଡେଲ ନମିଳିବାର କାରଣ..
1 min readକମ୍ପୁଛି କ୍ରୀଡ଼ା ମହାକୁମ୍ଭ । ଅଲିମ୍ପିକ୍ସ ରିଙ୍ଗ୍ ଏବଂ ଚିକମିକ୍ ଆଲୋକରେ ଝଲସୁଛି ଆଇଫିଲ୍ ଟାୱାର୍। ଅଗଷ୍ଟ ୧୧ ଯାଏଁ ଚାଲିବ ପ୍ରତିଯୋଗିତା । ଭାଗ ଭାଗ ୧୦ ହଜାର ୫ଶହ ଆଥଲେଟ୍ ନେଇଛନ୍ତି । ଆଉ ଏହି ଅଲିମ୍ପିକ୍ସ ରେ ମେଡେଲ ଜିତିବାକୁ ସମସ୍ତେ କରୁଛନ୍ତି କସରତ ।ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ଏବେ ସୁଦ୍ଧା ୩ଟି ମେଡାଲ ମିଳିସାରିଛି । ହେଲେ ବି ଭାରତୀୟ ଆଥଲେଟ୍ ଙ୍କ ପ୍ରଦର୍ଶନ ଏତେ ଭଲ ନାହିଁ । ଆମେରିକା, ଜାପାନ ଏବଂ ଚୀନ୍ ଭଳି ଦେଶ ବହୁ ସଂଖ୍ୟକ ମେଡାଲ ଜିଣିଥିଲେ । ଆମେରିକା ସର୍ବାଧିକ ସ୍ବର୍ଣ୍ଣ ମେଡାଲ ଜିତିଥିବା ବେଳେ ମୋଟ ମେଡାଲ୍ ସଂଖ୍ୟା ୧୧୩ ସହ ଆଗରେ ଥିଲା । ସେହିଭଳି ଚୀନ୍ ୩୮ଟି ଗୋଲ୍ଡ ମେଡାଲ ସହ ମୋଟ ୮୯ ଟି ମେଡାଲ ଜିତିଥିଲା । ଏହା ସହ ଆୟୋଜକ ଦେଶ ଜାପାନ ୨୨ଟି ସ୍ବର୍ଣ୍ଣ ପଦକ ସହ ମୋଟ ୬୪ଟି ମେଡାଲ ଜିଣିଥିଲା । ୪ ବର୍ଷ ପରେ ଫ୍ରାନ୍ସରେ ଆୟୋଜିତ ସମର ଅଲିମ୍ପିକ୍ସ ଉପରେ ଏବେ ସମଗ୍ର ବିଶ୍ବର ନଜର ।
ତେବେ ଗତ ଅଲିମ୍ପକ୍ସରେ ଭାରତର ନିରାଶଜନକ ପ୍ରଦର୍ଶନକୁ ନେଇ ଏବେ ସବୁଠି ଆଲୋଚନା । ଏହାକୁ ନେଇ ଭାରତୀୟ ଫୁଟବଲ୍ ଟିମ୍ ର ପୂର୍ବତନ ଅଧିନାୟକ ଏବଂ ଭେଟେରାନ ଫୁଟବଲର ସୁନୀଲ ଛେତ୍ରି ମୁହଁ ଖୋଲିଛନ୍ତି । କେଉଁଠି ରହିଛି ଭୁଲ ଏବଂ ଏହାକୁ କିଭଳି ସୁଧାରି ହେବ ସେନେଇ ସେ କହିଛନ୍ତି । ଅଲିମ୍ପିକ୍ସରେ ଭାରତର ଖରାପ ପ୍ରଦର୍ଶନକୁ ନେଇ ଛେତ୍ରି କହିଛନ୍ତି, ପ୍ରାୟ ୧୫୦ କୋଟି ଲୋକସଂଖ୍ୟା ଥିବା ଭାରତରେ ପ୍ରତିଭାର ଅଭାବ ନାହିଁ । ହେଲେ ତୃଣମୂଳ ସ୍ତରରେ ପ୍ରତିଭାକୁ ଖୋଜିବା ଏବଂ ସେମାନଙ୍କୁ ପ୍ରୋତ୍ସାହିତ କରିବା ଦିଗରେ ଆମେ ବହୁ ପଛରେ ଅଛନ୍ତି । ଏକ ପଡକାଷ୍ଟରେ ସୁନୀଲ ଛେତ୍ରି କହିଛନ୍ତି ଯେ, ଦେଢ଼ ବିଲିୟନ ଲୋକସଂଖ୍ୟ ଥିବା ସତ୍ତ୍ବେ ଆମେ ମେଡାଲ ଜିଣିବାରେ ବିଫଳ ହେଉଛନ୍ତି । ଏତେ ଜନସଂଖ୍ୟ ଭିତରୁ ଟାଲେଣ୍ଟକୁ ଖୋଜି ସେମାନଙ୍କୁ ପ୍ରୋତ୍ସାହିତ କରିବାରେ ଆମେ ବିଫଳ ହେଉଛନ୍ତି । ଆମେରିକା, ଜର୍ମାନୀ, ଜାପାନ, ଅଷ୍ଟ୍ରେଲିଆ, କାନାଡା ଅଲିମ୍ପିକ୍ସ ଖୁବ ଭଲ ପ୍ରଦର୍ଶନ କରୁଛନ୍ତି । ଏହି ସବୁ ଦେଶ ଆମଠୁ ବହୁ ଆଗରେ ଅଛନ୍ତି ବୋଲି ଛେତ୍ରି କହିଛନ୍ତି ।