ଅଯୋଧ୍ୟା ରାମ ମନ୍ଦିର ଉଦଘାଟନ ପାଇଁ ଲକ୍ଷ୍ମଣଙ୍କୁ ମିଳିନି ନିମନ୍ତ୍ରଣ..
1 min readରାମାନନ୍ଦ ସାଗରଙ୍କ ଆଇକନିକ୍ ସୋ ରାମାୟଣ ବିଷୟରେ କିଏ ବା ନଜାଣେ । ୯୦ଦଶକରେ ଛୋଟରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁ ରେ ଥିଲା ରାମାୟଣ ସିରିୟଲ । ଏହି ସୋରେ ରାମ ,ଲକ୍ଷ୍ମଣ ,ସୀତାଙ୍କ ଭୂମିକା ତୁଲାଇଥିବା କଳାକାରଙ୍କୁ ଲୋକେ ଆଜି ବି ଭଗବାନ ବୋଲି ମାନି ଥାନ୍ତି । ଏଥିରେ ଲକ୍ଷ୍ମଣଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତା ସୁନୀଲ ଲାହରୀ ଏକ ବଡ ଖୁଲାସା କରିଛନ୍ତି ।
ସେ କହିଛନ୍ତି ଅଯୋଧ୍ୟା ରାମ ମନ୍ଦିର ଉଦ୍ଘାଟନକୁ ନିମନ୍ତ୍ରଣ କରାଯାଇ ନାହିଁ । ତେବେ ଯଥାକ୍ରମେ ରାମ ଏବଂ ସୀତା ଭୂମିକାରେ ଥିବା କଳାକାର ଅରୁଣ ଗୋଭିଲ ଏବଂ ଦୀପିକା ଚିଖଲିଆଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରଣ କରାଯାଇଛି । କିନ୍ତୁ ତାଙ୍କୁ ଏବାବଦରେ କୌଣସି ଖବର ନାହିଁ ।
ଏକ ସାକ୍ଷାତକାରରେ, ସୁନୀଲ ଏହି ଆଶ୍ଚର୍ଯ୍ୟକର ଖୁଲାସା କରିଥିଲେ । ହେଲେ କାହିଁକି ତାଙ୍କୁ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇ ନାହିଁ ବୋଲି ପ୍ରଶ୍ନ କରାଯାଇଥିଲା । ଯାହାର ଜବାବରେ ସେ କହିଥିଲେ ମତେ ନିମନ୍ତ୍ରଣ କରାଯାଇ ନାହିଁ ତାଙ୍କୁ ଏ ନେଇ ଖରାପ ଲାଗିଛି ସତ କିନ୍ତୁ ସେ ଏଥିରେ ଦୁଃଖିତ ନାହାନ୍ତି । ୨୦୨୪ ଜାନୁଆରୀରେ ଅଯୋଧ୍ୟାର ରାମ ମନ୍ଦିର ଉଦଘାଟନ ହେବାକୁ ଯାଉଛି । ଏଥିପାଇଁ ସବୁ ନେତାମନ୍ତ୍ରୀଙ୍କ ଠାରୁ ଆରମ୍ଭକରି ସବୁ ରାଜ୍ୟ ଏବଂ ବଡ ବଡ ଲୋକଙ୍କୁ ନିମନ୍ତ୍ରଣ କରାଯାଇ ସାରିଛି ।
କିନ୍ତୁ ରାମାୟଣରେ ଯିଏ ଲକ୍ଷ୍ମଣ ଅଭିନୟ କରୁଥିଲେ ଅର୍ଥାତ ରାମଙ୍କ ଭାଇଙ୍କୁ ଏହି ନିମନ୍ତ୍ରଣ ପହଞ୍ଚି ନାହିଁ । ସୁନିଲ ଲହରୀ କହିଥିଲେ ଯେ ଯଦି କେହି କୌଣସି କାର୍ଯ୍ୟ ଆୟୋଜନ କରିଛନ୍ତି, ତେବେ ପ୍ରତ୍ୟେକ ଥର ଆମନ୍ତ୍ରଣ ହେବାର ଆବଶ୍ୟକତା ନାହିଁ । ତଥାପି, ସେ ଅନୁଭବ କରନ୍ତି ଯେ ସେ ଏକ ମୁହୂର୍ତ୍ତର ଅଂଶ ହେବାର ସୁଯୋଗ ପାଇଥିଲେ ସେ ବେଶଖୁସି ଅନୁଭବ କରିଥାନ୍ତେ ।