Pratidin TV

Odisha's Digital News Platform

ଅଯୋଧ୍ୟାରେ ବିଜେପି ହାରିବାକୁ ନେଇ ମୁହଁ ଖୋଲିଲେ ଲକ୍ଷ୍ମଣ , କହିଲେ ହିନ୍ଦୁ ହେଉଛି ସେହି ସମ୍ପ୍ରଦାୟ …

1 min read

୨୦୨୪ ଲୋକସଭା ର୍ନିବାଚନର ଫଳାଫଳ ସମସ୍ତଙ୍କ ସାମ୍ନାରେ ଅଛି । ଏକଜିଟ୍ ପୋଲ ରିପୋର୍ଟ ନେଇ ଅନେକ ଲୋକ ନିରାଶ ହୋଇଛନ୍ତି । ଏଭଳି ପରିସ୍ଥିତିରେ ରାମାନନ୍ଦ ସାଗର ରାମାୟଣ ରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲାହିରୀ ମଧ୍ୟ ସାମ୍ପ୍ରତିକ ଫଳାଫଳକୁ ନେଇ ଅତ୍ୟନ୍ତ ନିରାଶ ହୋଇଛନ୍ତି । ବିଜେପିକୁ ଭୋଟ ନଦେବାରୁ ଅଯୋଧ୍ୟା ଲୋକଙ୍କୁ ର୍ଟାଗେଟ୍ କରିଛନ୍ତି ସୁନୀଲ । ୟୁପିର ଫୈଦାବାଦ(ଅଯୋଧ୍ୟା)ଆସନର ଫଳାଫଳ ଦେଖି ସେ ସବୁଠାରୁ ବଡ ଝଟ୍‌କା ପାଇଛନ୍ତି । ଏଭଳି ପରିସ୍ଥିତିରେ ସୁନୀଲ ବର୍ତ୍ତମାନ ବିଜେପିକୁ ଭୋଟ୍ ନଦେଇ ଅଯୋଧ୍ୟା ଲୋକଙ୍କ ଉପରେ ଆକ୍ରମଣ କରିଛନ୍ତି ।

ସେ ବୁଧବାର ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ସେ ଅଯୋଧ୍ୟ ପରି ଏକ ପବିତ୍ର ସହରର ଲୋକମାନେ ସେମାନଙ୍କ ରାଜା ପ୍ରତି ବିଶ୍ୱାସଘାତକତା କରିଥିବା ସୁନୀଲ କରିଛନ୍ତି । ସେମାନଙ୍କୁ ସ୍ୱାର୍ଥପର ବୋଲି କହିଛନ୍ତି ସେ । ଏହା ସହ ସୁନୀଲ ଏକ ନୋଟ୍ ସେୟାର କରି କହିଛନ୍ତି ଯେ ଏହି ଅଯୋଧ୍ୟାବାସୀ ଦିନେ ମା ସୀତାଙ୍କୁ ସନ୍ଦେହ କରିଥିଲେ ଆଉ ଆଜି ନିଜ ରାଜାଙ୍କୁ ସମାନ ଧୋକା ଦେଇଛନ୍ତି ।

ଚଳିତ ବର୍ଷ ଜାନୁଆରୀରେ ବିଜେପି ଦଳର ନେତୃତ୍ୱରେ ଅଯୋଧ୍ୟାରେ ରାମ ମନ୍ଦିର ଉଦ୍‌ଘାଟନ କରାଯାଇଥିଲା । ପ୍ରାକଶ ଥାଉକି ମଙ୍ଗଳବାର ଜୁନ୪ ରେ ଲୋକସଭା ନିର୍ବାଚନ ଫଳାଫଳ ବାହାରିଥିବାବେଳେ ବିଜେପିର ଲାଲୁ ସିଂ ମନ୍ଦିର ଅବସ୍ଥିତ ଫୈଜାବାଦ୍ ନିର୍ବାଚନମଣ୍ଡଳୀକ ସମାଜବାଦୀ ପାର୍ଟିର ପ୍ରାର୍ଥୀ ଅୱାଡେଶ ପ୍ରସାଦଙ୍କୁ ହରାଇଥିଲେ ।

Leave a Reply

Your email address will not be published. Required fields are marked *