Pratidin TV

Odisha's Digital News Platform

କେଜ୍ରିୱାଲଙ୍କ ଅନୁପସ୍ଥିତିରେ ପତ୍ନୀ ସୁନୀତା କଲେ ବଡ଼ ଘୋଷଣା , ପ୍ରତି ମାସରେ ମହିଳାଙ୍କୁ ୧୦୦୦ଟଙ୍କା-ମାଗଣା ବିଜୁଳି …

ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟିର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଦିଲ୍ଲୀର ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କ ଅନୁପସ୍ଥିତିରେ ପତ୍ନୀ ସୁନୀତା କେଜ୍ରିୱାଲ କରିଛନ୍ତି  ବଡ ଘୋଷଣା  ।ସୁନିତା କେଜ୍ରିୱାଲ ଶନିବାର ହରିୟାଣା ଗସ୍ତରେ ଅଛନ୍ତି । ସେଠାରେ କେଜ୍ରିୱାଲଙ୍କ ଗ୍ୟାରେଣ୍ଟି’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ସେଠାରେ ସୁନିତା ଲୋକମାନଙ୍କ ପାଖରେ  ପାଞ୍ଚଟି ଗ୍ୟାରେଣ୍ଟି ଉପସ୍ଥାପନ କରିଛନ୍ତି। ଏଥିରେ ଭଉଣୀମାନଙ୍କୁ ମାସକୁ ୧୦୦୦ଟଙ୍କା, ମାଗଣା ବଜୁଳି, ମାଗଣା ଶିକ୍ଷା ଏବଂ ଅନ୍ୟାନ୍ୟ ଗ୍ୟାରେଣ୍ଟି ଘୋଷଣା କରାଯାଇଛି।

ହରିୟାଣାରେ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି ପ୍ରଚାର ଆରମ୍ଭ କରିଛି। ଇତି ମଧ୍ୟରେ ଅରବିନ୍ଦ କେଜରିୱାଲଙ୍କ ସ୍ତ୍ରୀ ସୁନୀତା କେଜରିୱାଲ ହରିୟାଣାରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଶନିବାର ହରିୟାଣାରେ ପହଞ୍ଚି ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ କହିଛନ୍ତି ଯେ ଯଦି ବିଧାନସଭା ନିର୍ବାଚନରେ ଏଏପି ପ୍ରାର୍ଥୀ ଜିତନ୍ତି ତେବେ ମହିଳାଙ୍କୁ ପ୍ରତି ମାସରେ ୧୦୦୦ଟଙ୍କା ଦିଆଯିବ। ଏହା ସହିତ ସେ ପାଞ୍ଚଟି ବଡ ଗ୍ୟାରେଣ୍ଟି ଉପସ୍ଥାପନ କରିଛନ୍ତି।

Leave a Reply

Your email address will not be published. Required fields are marked *