ଅରବିନ୍ଦ କେଜ୍ରିୱାଲଙ୍କ ପରେ , ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବେ ସୁନିତା କେଜ୍ରିୱାଲ !
1 min readଏବେ ତିହାର ଜିଲ୍ଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଏଥର ଶାସନ ଗାଦିରେ ବସିବେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ସୁନିତା କେଜ୍ରିୱାଲ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତିହାର ଜେଲ୍ କୁ ଯିବା ପରେ ଏପରି କଳ୍ପନା ଜଳ୍ପନା ହୋଇଛି । କାରଣ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କାରଣ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଆମ୍ ଆଦମୀ ପାର୍ଟି ବିଧାୟକଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଆପ ବିଧାୟକ ସୁନୀତା କେଜ୍ରିୱାଲଙ୍କୁ ଭେଟିବାକୁ ଆସୁଛନ୍ତି ଦଳର ବିଧାୟକ ।
ଏଭଳି ପରିସ୍ଥିତିରେ ଆମ୍ ଆଦମୀ ପାର୍ଟିରେ ଏକ ବଡ ପରିବର୍ତ୍ତନ ହୋଇପାରେ ବୋଲି ଏବେ ଅନୁମାନ କରାଯାଉଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତିହାର ଜେଲକୁ ଯିବା ପରେ ତାଙ୍କ ପତ୍ନୀ ସୁନୀତା କେଜରିୱାଲ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ବୋଲି ଏବେ ପ୍ରଶ୍ନ ଉଠିଛି । ଘଟଣା ହେଉଛି ବିଧାୟକମାନେ ମଙ୍ଗଳବାର ତାଙ୍କୁ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ, ଯାହା ଏହି କଳ୍ପନାଜଳ୍ପନାକୁ ଶକ୍ତି ପ୍ରଦାନ କରିଛି । ସୂଚନାଯୋଗ୍ୟ,ମଦ ନୀତି ଦୁର୍ନିତ ମାମଲାରେ ଅନିୟମିତତା ଅଭିଯୋଗରେ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ଦ୍ୱାରା ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ୧୫ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା ।