Pratidin TV

Odisha's Digital News Platform

ମହାକାଶରେ ଫସିଲେ ସୁନୀତା ୱିଲିୟମ୍‌‌ସ ! ମହାକାଶ ଯାନରେ ରହିଛି ତ୍ରୁଟି

ମହାକାଶରୁ ଫେରିପାରୁନାହାନ୍ତି ସୁନୀତା ୱିଲିୟମ୍‌‌ସ । ଷ୍ଟାରଲାଇନର ବୋଇଂ ମହାକାଶ ଯାନରେ ସୁନୀତା ଏବଂ ତାଙ୍କ ସାଥୀ ପାଇଲଟ ବୁଚ୍‌‌ ୱିଲମୋର ନିକଟରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ)ରେ ଅବତରଣ କରିଥିଲେ। ନାସା ଶୁକ୍ରବାର ଦିନ ସୂଚନା ଦେଇଛି ଯେ ମହାକାଶଚାରୀଙ୍କ ପ୍ରତ୍ୟାବର୍ତ୍ତନ ସ୍ଥଗିତ ରଖିଛି | ଏହାର ପ୍ରତ୍ୟାବର୍ତ୍ତନକୁ ନେଇ ନାସା କୌଣସି ନୂତନ ତାରିଖ ଦେଇନାହିଁ | ଯେଉଁ କାରଣରୁ ମିଶନର ୨ ମହାକାଶଚାରୀ କେବେ ଫେରିବେ ସେନେଇ ପ୍ରଶ୍ନ ଉଠିଛି। ପରୀକ୍ଷା ଏବଂ ବୈଷୟିକ ସମସ୍ୟା ହେତୁ ପୂର୍ବରୁ ବିଳମ୍ବ ହୋଇସାରିଛି | ମହାକାଶଯାନର ପ୍ରତ୍ୟାବର୍ତ୍ତନ ପୂର୍ବରୁ ଜୁନ୍ ୨୬ ପାଇଁ ଧାର୍ଯ୍ୟ କରାଯାଇଥିଲା। ବର୍ତ୍ତମାନ ମହାକାଶଚାରୀଙ୍କ ପ୍ରତ୍ୟାବର୍ତ୍ତନ ବିଷୟରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ଲୋକମାନେ ଜାଣିବାକୁ ଚାହାଁନ୍ତି ଯେ ମିଶନର ଦୁଇ ମହାକାଶଚାରୀ କେବେ ଫେରିବେ |

ସୂଚନା ଅନୁଯାୟୀ, ଷ୍ଟାରଲାଇନର ବୋଇଂ ମହାକାଶ ଯାନରେ ସୁନୀତା ଏବଂ ତାଙ୍କ ସାଥୀ ପାଇଲଟ ବୁଚ୍‌‌ ୱିଲମୋର ନିକଟରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ)ରେ ଅବତରଣ କରିଥିଲେ। ସେଠାରେ କିଛିଦିନ ରହି ପୁଣି ପୃଥିବୀ ପୃଷ୍ଠକୁ ଫେରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଏହି ଫେରିବା ମିଶନକୁ ସ୍ଥଗିତ କରିଦେଇଛି ନାସା।

ଗତ ଜୁନ ୫ ତାରିଖ ଦିନ ସୁନୀତା ଏବଂ ୱିଲମୋର ଆଇଏସଏସ ଅଭିମୁଖେ ଉଡ଼ାଣ କରିଥିଲେ। ଷ୍ଟାରଲାଇନର ବୋଇଂ ମହାକାଶଯାନ ପ୍ରଥମ ଥର ଲାଗି ମଷିଣଙ୍କୁ ନେଇ ମହାକାଶକୁ ଯାତ୍ରା କରିଛି। ୨୦୧୯ ପରଠାରୁ ଏହି ଯାନକୁ ୨ ଥର ମହାକାଶକୁ ପଠାଯାଇଥିଲା, ଯେଉଁଥିରେ କୌଣସି ମହାକାଶଚାରୀ ଯାଇ ନ ଥିଲେ। ବର୍ତ୍ତମାନ ଉକ୍ତ ମହାକାଶ ଯାନରେ କିଛି ତ୍ରୁଟି ସାମ୍ନାକୁ ଆସିଥିବାରୁ ତାହାକୁ ଅତିରିକ୍ତ ପରୀକ୍ଷଣ କରାଯାଉଥିବା ସୂଚନା ମିଳିଛି। ଯେଉଁଥିପାଇଁ ସୁନୀତାଙ୍କ ଫେରିବା ମିଶନକୁ ଏବେ ସ୍ଥଗିତ ରଖାଯାଇଛି।

Leave a Reply

Your email address will not be published. Required fields are marked *