Pratidin TV

Odisha's Digital News Platform

ଅନ୍ତରୀକ୍ଷ ରୁ ଭୋଟ୍‌ ଦେବେ ସୁନୀତା ୱିଲିୟମ୍ସ !

1 min read

ମହାକାଶରେ ଭୋଟ ଦେଇ ଇତିହାସ ରଚିବାକୁ ଯାଉଛନ୍ତି  ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ। ନଭେମ୍ବରରେ ୫ରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରୁ ସେ ତାଙ୍କ ମାନବିକ ଅଧିକାର ସାବ୍ୟସ୍ତ କରିବେ। ସୁନୀତା ୱିଲିୟମ୍ସ ବର୍ତ୍ତମାନ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ ର କମାଣ୍ଡର ଭାବରେ କାର୍ଯ୍ୟ କରୁଛନ୍ତି। ପୃଥିବୀ ପୃଷ୍ଠରୁ ପ୍ରାୟ 400 କିଲୋମିଟର ଦୂରରୁ ତାଙ୍କର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବେ।

ତେବେ ମହାକାଶରେ ମହାକାଶଚାରୀଙ୍କ ପାଇଁ ଭୋଟ୍ ଦେବା ଘଟଣା ନୂଆ ନୁହେଁ। ୧୯୯୭ରେ ଆମେରିକାର ଟେକ୍ସାସ୍ ବିଧାନସଭା ଏନେଇ ଏକ ବିଲ୍ ପାସ୍ କରି ମହାକାଶଚାରୀଙ୍କୁ କକ୍ଷପଥରୁ ଭୋଟ୍ ଦେବାର ଅଧିକାର ଅନୁମତି ଦେଇଥିଲା। ଏହା ପୂର୍ବରୁ ନାସାର ପ୍ରଥମ ମହାକାଶଚାରୀ ଭାବରେ ଡେଭିଡ ୱଲ୍ଫ ମହାକାଶରୁ ଭୋଟ୍ ଦେଇଥିଲେ। ସେ ମିର୍ ସ୍ପେସ୍ ଷ୍ଟେସନରୁ ଭୋଟ ଦେଇଥିଲେ। ସେହିପରି ୨୦୨୦ ନିର୍ବାଚନରେ କାଟେ ରୁବିନ୍ସ ନିଜର ମତ ସାବ୍ୟସ୍ତ କରିଥିଲେ ।ମହାକଶରୁ ଭୋଟ ଦେବାକୁ ହେଲେ ସୁନୀତାଙ୍କୁ ଫେଡେରାଲ୍ ପୋଷ୍ଟ କାର୍ଡ ଆବେଦନ କରିବାକୁ ପଡିବ। ଏହାପରେ ସେ ଆଇଏସଏସରେ ଇଲେକ୍ଟ୍ରୋନିକ୍ ବାଲାଟ୍ ପେପର୍ ପୂରଣ କରିବେ। ଏହି ଭୋଟ୍ ପ୍ରକ୍ରିୟା ନାସାର ଅତ୍ୟାଧୁନିକ ସ୍ପେସ୍ କମ୍ୟୁନିକେସନ ଏବଂ ନାଭିଗେସନ୍ କାର୍ଯ୍ୟକ୍ରମ ମାଧ୍ୟମରେ କରାଯିବ।

Advertisement

ବୋଇଙ୍ଗ ଷ୍ଟାରଲାଇନର ମହାକାଶ ଯାନରେ ଗତ ଜୁନ ୫ ତାରିଖରେ ମହାକାଶକୁ ଯାତ୍ରା କରିଥିଲେ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ତାଙ୍କ ସାଥୀ ମହାକାଶଚାରୀ ବ୍ୟାରି ୱିଲମୋର । ଦୁଇ ମହାକାଶଚାରୀ ୮ ଦିନ ପାଇଁ ଯାଇଥିବା ବେଳେ ଷ୍ଟାରଲାଇନରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସେ ଫେରି ପାରିନଥିଲେ। ବିନା କ୍ରୁ ମେମ୍ବରରେ ଷ୍ଟାରଲାଇନର ଗତ ସେପ୍ଟେମ୍ବର ୭ ତାରିଖରେ ପୃଥିବୀକୁ ଫେରିଛି । ଆସନ୍ତାବର୍ଷ ଫେବ୍ରୁଆରୀରେ ସ୍ପେଶ ଏକ୍ସରେ ଫୃଥିବୀକୁ ଫେରିବେ ସୁନିତା ୱିଲିୟମ୍ସ ଓ ତାଙ୍କ ସାଥି ।

Leave a Reply

Your email address will not be published. Required fields are marked *