Pratidin TV

Odisha's Digital News Platform

ଏବର୍ଷ ମହାକାଶ ରେ ଜନ୍ମଦିନ ପାଳିବେ ସୁନିତା …

ମହାକାଶରେ ଫସି ରହିଥିବା ଭାରତୀୟ ବଂଶୋଦ୍ଭବ ତଥା ନାସାର ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସଙ୍କ ବିଷୟରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି।  ସୁନୀତା ଓ୍ବିଲିୟମ୍ସ ସେପ୍ଟେମ୍ବର ୧୯ରେ ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ୍‌ (ଆଇଏସ୍‌ଏସ୍‌)ରେ ନିଜ ୫୯ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ମହାକାଶରେ ଏହା ହେବ ତାଙ୍କର ଦ୍ୱିତୀୟ ଜନ୍ମଦିନ ପାଳନ। ସୂଚନାନୁଯାୟୀ ଗତ ଜୁନ୍‌ ୬ରେ ମହାକାଶଯାତ୍ରୀ ବେରି ଓ୍ବିଲ୍‌ମୋରଙ୍କ ସହ ଆଇଏସ୍‌ଏସ୍‌କୁ ଯାତ୍ରା କରିଥିବା ସୁନୀତା ବୋଇଂ ଷ୍ଟାରଲାଇନର ସ୍ପେସ୍‌କ୍ରାଫ୍ଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ସେଠାରେ ଫସିରହିଛନ୍ତି। ଉଭୟେ ୨୦୨୫ ଫେବୃଆରୀରେ ସ୍ପେସେକ୍ସର ଡ୍ରାଗନ୍‌ କ୍ରିଉ କ୍ୟାପ୍‌ସୁଲରେ ପୃଥିବୀ ପୃଷ୍ଠକୁ ଫେରିବେ ବୋଲି ନାସା ପକ୍ଷରୁ କୁହାଯାଇଛି।ସେପ୍ଟେମ୍ବର ୧୯ , 1965 ରେ ଆମେରିକାର ଅହିଓସ୍ଥିତ ଇଉକ୍ଲିଡ୍‌ରେ ଜନ୍ମିତ ସୁନୀତାଙ୍କ ବାପାଙ୍କ ଡ. ଦୀପକ ପାଣ୍ଡ୍ୟା ଓ ମା’ ବୋନ୍ନିଏ। ସୁନିତା ୱିଲିୟମ୍ସ ଙ୍କର ଏହା ହେଉଛି  ତୃତୀୟ ମହାକାଶ ମିଶନ |

ସେ ପ୍ରଥମେ ଡିସେମ୍ବର ୨୦୦୬ ରୁ ଜୁନ୍ ୨୦୦୭ ପର୍ଯ୍ୟନ୍ତ ଏକ୍ସପେଡିସନ୍ ମହାକାଶକୁ ଉଡାଣ ଭରିଥିଲେ । ଏହାପରେ ନଭେମ୍ବର ୨୦୧୨ ରେ  ପୁଣିଥରେ ମହାକାଶକୁ  ଯାଇଥିଲେ | ସୁନୀତା ଓ୍ବିଲିୟମ୍ସ    ନାଭାଲ୍ ଏକାଡେମୀରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଏବଂ ଫ୍ଲୋରିଡା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଇଞ୍ଜିନିୟରିଂ ମ୍ୟାନେଜମେଣ୍ଟରେ ମାଷ୍ଟର ଅଫ୍ ସାଇନ୍ସ ଡିଗ୍ରୀ ହାସଲ କରିଛନ୍ତି। ଏହି ସାମ୍ପ୍ରତିକ ମିଶନ୍ ୱିଲିୟମ୍ସଙ୍କର ଆଜି ପର୍ଯ୍ୟନ୍ତ ଦୀର୍ଘତମ ଅଟେ । ଅଠା ଦିନ ପାଇଁ ଯାଇ  ଆଠ ମାସ ମହାକାଶରେ ରହିବେ ସୁନିତା  | ସେ  ଫେବୃଆରୀ ୨୦୨୫ରେ ସ୍ପେସ୍ ଏକ୍ସର ଡ୍ରାଗନ୍ କ୍ରୁ ମହାକାଶଯାନରେ ପୃଥିବୀକୁ ଫେରିବାର କାର୍ଯ୍ୟକ୍ରମ ରହିଛି। ସେମାନଙ୍କର ପ୍ରତ୍ୟାବର୍ତ୍ତନ ବୋଇଙ୍ଗ ଷ୍ଟାରଲିନର୍ ସହିତ ସମସ୍ୟାର ସମାଧାନ ଉପରେ ନିର୍ଭରଶୀଳ, ଯାହା ବୈଷୟିକ  ସମସ୍ୟା ହେତୁ ନିକଟରେ ପୃଥିବୀକୁ ଖାଲି ଫେରି ଆସିଥିଲା ​​|ତେବେ ସୁନିତା ଓ୍ବିଲିୟମ୍ସ    ଏକଦା ମହାକାଶ ଯାତ୍ରାବେଳେ ସାଙ୍ଗରେ ଭଗବତ ଗୀତା, ସିଙ୍ଗଡ଼ା ଓ ଗଣେଶ ମୂର୍ତ୍ତି ନେଇଯାଇଥିଲେ। ବର୍ତ୍ତମାନ ସୁଦ୍ଧା ସୁନୀତା ମହାକାଶରେ ମୋଟ ୩୨୨ ଦିନ ବିତାଇସାରିଲେଣି।

Leave a Reply

Your email address will not be published. Required fields are marked *