Pratidin TV

Odisha's Digital News Platform

ରାମାୟଣ’ରେ ସନ୍ନି ଦେଓଲଙ୍କ ଏଣ୍ଟ୍ରି , ହନୁମାନଙ୍କ ଭୂମିକାରେ ନଜର ଆସିବେ ଅଭିନେତା …

1 min read

ମିଳିଗଲେ ରାମାୟଣର ହନୁମାନ । ସିଏ ଆଉ କେହି ନୁହନ୍ତି ସିଏ ହେଉଛନ୍ତି ବଲିଉଡ଼ର ଆକ୍ସହିରୋ ସନ୍ନି ଦେଓଲ । ଗଦର-୨ ର ସଫଳତା ପରେ ଏବେ ରାମାୟଣରେ ଏଣ୍ଟ୍ରି କରିଛନ୍ତି । ବଲିଉଡ଼ରେ ଦୀର୍ଘ ଦିନରୁ ରାମାୟଣକୁ ନେଇ ଫିଲ୍ମ ତିଆରି ହେବ ବୋଲି ଶଣିବାକୁ ମିଳୁଥିଲା । ନିର୍ମାତା ନିତେଶ ତିୱାରୀ ରାମାୟଣକୁ ବଡ଼ ପରଦାରେ ଦେଖାଇବାକୁ ଯୋଜନା କରିଛନ୍ତି । ଏହ ଫିଲ୍ମରେ ରାମ ଭୂମିକାରେ ଅଭିନେତା ରଣବୀର କପୁର ଓ ସୀତା ଭୂମିକାରେ ଅଭିନେତ୍ରୀ ସାଇ ପଲ୍ଲବୀ ନଜର ଆସିବାକୁ ଥିବା ବେଳେ ରାବଣଙ୍କ ଚରିତ୍ରରେ କେଜିଏଫ ଷ୍ଟାର ୟଶ ନଜର ଆସିବେ ବୋଲି ଜଣାପଡି଼ଛି ।

ତେବେ ଏମାନଙ୍କ ବ୍ୟାତିତ ଏହି ଫିଲ୍ମ ସହ ଯୋଡ଼ି ହୋଇଛନ୍ତି ଆଉ ଜଣେ ସୁପରଷ୍ଟାର । ଏହି ଫିଲ୍ମରେ ସନ୍ନି ଦେଓଲ ହନୁମାନଙ୍କ ଚରିତ୍ରରେ ନଜର ଆସିବେ ବୋଲି ଚର୍ଚ୍ଚା ଜୋର ଧରିଛି । ଏହି ଫିଲ୍ମ ମେ ୨୦୨୪ ଠାରୁ ସୁଟିଂ ଆରମ୍ଭ ହୋଇପାରେ  ବୋଲି ଜଣାପଡିଛି । ତେବେ ଅଫିସିଆଲି ଏପର୍ଯ୍ୟନ୍ତ ଫିଲ୍ମର ଷ୍ଟାରକାଷ୍ଟକୁ ନେଇ କୌଣସି ଘୋଷଣା କରାଯାଇନାହିଁ । ଦର୍ଶକମାନେ ଉତ୍ସାହର ସହିତ ଏହି ଚଳଚ୍ଚିତ୍ରକୁ ଅପେକ୍ଷା କରିଛନ୍ତି | ରଣବୀର କପୁରଙ୍କୁ ପ୍ରଭୁ ରାମ ଏବଂ ସନ୍ନିଙ୍କୁ ହନୁମାନ ଭୂମିକାରେ ଦେଖିବାକୁ ସମସ୍ତେ ବେଶ ଉତ୍ସାହିତ ଅଛନ୍ତି।

Leave a Reply

Your email address will not be published. Required fields are marked *