Pratidin TV

Odisha's Digital News Platform

ଚନ୍ଦ୍ରର ଦକ୍ଷିଣମେରୁ ହେବାକୁ ଯାଉଛି ସକାଳ; ପୁଣି ଥରେ ଚେଇଁ ଉଠି ତଥ୍ୟ ଦେବେ ବିକ୍ରମ ଓ ପ୍ରଜ୍ଞାନ

1 min read

ନୂଆଦିଲ୍ଲୀ : ୨ସପ୍ତାହ ହେଲା ଚନ୍ଦ୍ରର ଦକ୍ଷିଣ ମେରୁ ଅନ୍ଧାର ରହିଛି । ସୂର୍ଯ୍ୟ କିରଣ ନ ପଡିବାରୁ ଏହା ଅନ୍ଧାରରେ ରହିଛି । ଏହା ଏବେ ପୁଣିଥରେ ସକାଳ ହେବାକୁ ଯାଉଛି । ଆଉ ସକାଳ ହେବା ମାତ୍ରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞା ସକ୍ରିୟ ହୋଇ ଉଠିବେ । ଏନେଇ ଇସ୍ରୋର ସମସ୍ତ ବୈଜ୍‌ୟାନିକ ମାନେ ଆଶା କରି ବସିଛନ୍ତି । ସେପ୍ଟେମ୍ବର ୨୨ରେ ଚନ୍ଦ୍ରର ଦକ୍ଷିଣ ମେବରୁରେ ସୂର୍ଯ୍ୟଙ୍କ ଆଲୋକ ପଡିବ । ଚନ୍ଦ୍ରର ଦକ୍ଷିଣ ଭାଗରେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡ କରି ଇତିହାସରେ ଭାରତ ତା ନାଁ ଲେଖି ସାରିଥିବା ବେଳେ ଏବେ ଚାଲିଛି ଚନ୍ଦ୍ରରେ ସମସ୍ତ ଜିନିଷର ସନ୍ଧାନ । ତେବେ ଚନ୍ଦ୍ରର ସ୍ଥିତି ନେଇ ତଥ୍ୟ ଦେଉଥିବା ବେଳେ ସୂର୍ଯ୍ୟ ଆଲୋକ ନ ପଡିବାରୁ ଶୋଇ ପଡିଥିଲା ବିକ୍ରମ ଆଉ ପ୍ରଜ୍ଞାନ । ତେବେ ପୁଣି ଥରେ ସୂର୍ଯ୍ୟ କିରଣ ପଡିବା ପରେ ଲ୍ୟାଣ୍ଡର ଏବଂ ବିକ୍ରମ କିଭଳି କାମ କରିବ ସେ ନେଇ ଉଦ୍ୟମ ଚଳାଇବ ଇସ୍ରୋ ।

ବର୍ତ୍ତମାନ ଉଭୟ ସ୍ଲିପ ମୋଡରେ ରହିଛନ୍ତି । ଚନ୍ଦ୍ରର ଗୋଟିଏ ଦିନ ତଥା ପୃଥିବୀର ୧୪ଦିନର ବରାବର ହୋଇଥାଏ । ଏଥିପାଇଁ ଲ୍ୟାଣ୍ଡରକୁ ପ୍ରସ୍ତୁତ କରାଯାଇଥିଲା । କିନ୍ତୁ ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରିବା ପରେ ଏହା ପୁଣି ଥରେ ଆଗ ପରି କାମ ଆରମ୍ଭ କରିବା ନେଇ ଆଶା ଜାଗି ଉଠିଛି । ଯଦି ଇସ୍ରୋ ଏହାକୁ ସକ୍ରିୟ କରିବାରେ ସଫଳ ହୁଲ ତେବେ ଭାରତ ପାଇଁ ଏହା ସର୍ବବୃହତ ସଫଳତା ହାସଲ କରିବ । ଅଗଷ୍ଟ ୨୩ରେ ଲ୍ୟାଣ୍ଡର ବିକ୍ର ସଫଳତାରର ସହ ଦକ୍ଷିଣ ମେରୁରେ ଅବତରଣ କରିଥିଲା । ଏଥିରୁ ରୋଭର ପ୍ରଜ୍ଞାନ ବାହାରି ୧୨ ଦିନ ପର୍ଯ୍ୟନ୍ତ ଚନ୍ଦ୍ରର ତଥ୍ୟ ସଂଗ୍ରହ କରି ଭାରତକୁ ଦେଇଥିଲା । ଏହାପରେ ରୋଭରକୁ ସ୍ଲିପ ମୋଡରେ ରଖାଯାଇଛି ।

Advertisement

Leave a Reply

Your email address will not be published. Required fields are marked *