Pratidin TV

Odisha's Digital News Platform

ରକ୍ଷା ପୁର୍ଣିମାରେ  ଦେଖାଯିବ ବିରଳ ଘଟଣା, ଆକାଶରେ ଦେଖାଯିବ ନୀଳ ଜହ୍ନ ..

1 min read

ରକ୍ଷା ପୁର୍ଣିମାରେ  ଦେଖାଯିବ ବିରଳ ଘଟଣା। କାରଣ ବଦଳିଯିବ ଚନ୍ଦ୍ରର ରଙ୍ଗ। ତୋଫା ଜହ୍ନ ନୀଳ ପଡିଯିବ ଅର୍ଥାତ୍‌ ଆକାଶରେ ବ୍ଲୁ ମୁନ ବା ନୀଳଜହ୍ନ ଦେଖାଯିବ। ଲୋକେ ରାତିରେ ସୁନ୍ଦର ଚନ୍ଦ୍ରକୁ ଦେଖିବାକୁ ପସନ୍ଦ କରନ୍ତି। ଅନେକ ଥର ଆମେ ଦେଖୁ ଯେ ଚନ୍ଦ୍ର ପୃଥିବୀଠାରୁ ପ୍ରତିଦିନ ଭିନ୍ନ ଦେଖାଯାଏ। ଯେତେବେଳେ କି ପୂର୍ଣ୍ଣିମା ଦିନ ଚନ୍ଦ୍ର ସମ୍ପୂର୍ଣ୍ଣ ରୂପେ ଦୃଶ୍ୟମାନ ହୁଅନ୍ତି। ବେଳେବେଳେ ଚନ୍ଦ୍ର ଲାଲ ରଙ୍ଗ ଦେଖାଯାଏ ଏବଂ ଅନ୍ୟ ସମୟରେ ଏହା ବହୁତ ବଡ ଦେଖାଯାଏ, ଚନ୍ଦ୍ରର ଏହି ପର୍ଯ୍ୟାୟକୁ ବ୍ଲୁ ମୁନ, ବ୍ଲଡ ମୁନ ଏବଂ ସୁପରମୁନ୍ କୁହାଯାଏ। ତେବେ ଏହି ୩ଟି ଚନ୍ଦ୍ରର ଏପରି ନାମ କାହିଁକି ଦିଆଯାଇଛି ଏବଂ ଏହା ମଧ୍ୟରେ ପାର୍ଥକ୍ୟ କଣ ଆସନ୍ତୁ ଜାଣିବା। ଜ୍ୟୋତିଷ ରିଚାର୍ଡ ନଲ୍‌ଙ୍କ ପରିଭାଷାରେ ଯଦି ଚନ୍ଦ୍ର ଆମଠାରୁ ସାଧାରଣ ଦୂରତାର ୧୦% ବା ତା’ଠାରୁ କମ୍ ଦୂରତାରେ ଥିବା ସମୟରେ ଏକ ପୂର୍ଣ୍ଣମୀ ପଡ଼ିଥାଏ । ତେବେ ତାହାକୁ ଆମେ ସୁପରମୁନ୍ କହିଥାଉ ।

ଅର୍ଥାତ ଯଦି ଚନ୍ଦ୍ର ଆମଠାରୁ ୩.୬୦ ଲକ୍ଷ କିଲୋମିଟର ବା ତା’ଠାରୁ ନିକଟରେ ଥିବା ସମୟରେ ଏକ ପୂର୍ଣ୍ଣମୀ ପଡ଼ିଥାଏ ତା’ହେଲେ ସେହି ଚନ୍ଦ୍ରକୁ ‘ସୁପରମୁନ୍’ କୁହାଯାଏ । କାରଣ ସେ ସମୟରେ ତାହା ଆମକୁ ବଡ଼ ଓ ଉଜ୍ଜଳ ଦେଖାଯାଏ । ପ୍ରାୟ ପ୍ରତ୍ୟେକ ବର୍ଷ ଏହିଭଳି ଘଟଣା ଘଟିଥାଏ। ନୀଳଜହ୍ନ ବା ବ୍ଲୁମୁନ ଏକ ମହାଜାଗତିକ ଘଟଣା। ଯେତେବେଳେ ଗୋଟିଏ କ୍ୟାଲେଣ୍ଡର ମାସରେ ଦୁଇଟି ପୂର୍ଣ୍ଣିମା ପଡ଼ିଲେ କିମ୍ବା ଗୋଟିଏ ଋତୁରେ ୪ଟି ପୂର୍ଣ୍ଣିମା ପଡ଼ିଲେ ୩ୟ ପୂର୍ଣ୍ଣିମାକୁ ନୀଳ ଜହ୍ନ କୁହାଯାଏ । ତେବେ ନୀଳ ଜହ୍ନର ଅର୍ଥ ଜହ୍ନ ନେଳିଆ ଦେଖାଯିବା ନୁହେଁ । କହିରଖୁଛୁ କି ଏହାର ସେପରି କୌଣସି ଧାର୍ମିକ ମହତ୍ତ୍ବ ନାହିଁ । ନାସା ଅନୁଯାୟୀ, ଶେଷ ବ୍ଲୁ ମୁନ ୨୦୨୩ ଅଗଷ୍ଟ ୩୦ରେ ଦେଖିବାକୁ ମିଳିଥିଲା। ପ୍ରାୟ ପ୍ରତି ଦୁଇରୁ ତିନି ବର୍ଷରେ ଏକ ନୀଳ ଜହ୍ନ ଦେଖାଯାଏ । ପରବର୍ତ୍ତୀ ଋତୁକାଳୀନ ବ୍ଲୁ ମୁନ ମେ ୩୧, ୨୦୨୬ରେ ଦେଖାଯିବ।

Advertisement

Leave a Reply

Your email address will not be published. Required fields are marked *