ବୟସକୁ ମାତ ଦେଉଛନ୍ତି ଥାଲାଇବାର,୭୩ ବର୍ଷରେ ବି ଦେଇଚାଲିଛନ୍ତି ସୁପରହିଟ ଫିଲ୍ମ..
1 min readସାଉଥ୍ ସୁପରଷ୍ଟାର ହେଉଛନ୍ତି ରଜନୀକାନ୍ତ । ତାଙ୍କୁ କିଏ ବା ନ ଜାଣିଛି । ପିଲାଙ୍କ ଠାରୁ ଆରମ୍ଭକରି ବୁଢା ପର୍ଯ୍ୟନ୍ତ ତାଙ୍କ ଷ୍ଟାଇଲ ଓ ଅଭିନୟ ସମସ୍ତଙ୍କ ହୃଦୟରେ ଛାପି ହୋଇ ରହିଛି । ତେବେ ତାଙ୍କ ବୟସ ବଢି ଚାଲିଛି ସତ କିନ୍ତୁ କମିନି ତାଙ୍କ ଯାଦୁ । ମଙ୍ଗଳବାର ଡିସେମ୍ବର ୧୨ ତାରିଖରେ ଏହି ମେଗା ଷ୍ଟାର ୭୩ ବର୍ଷରେ ପାଦ ଥାପିଛନ୍ତି । ଆଉ ତାଙ୍କ ଜନ୍ମଦିନକୁ ପୁରା ଦକ୍ଷିଣ ଭାରତର ଏକ ଫେଷ୍ଟିଭାଲ ରୂପରେ ସେଲିବ୍ରେଟ୍ କରିଥାନ୍ତି ।
ଦେଖୁ ଦେଖୁ ୭୩ ବର୍ଷ ବୟସ ତାଙ୍କୁ ଛୁଇଁଲାଣି କିନ୍ତୁ ଏବେ ସେ ଅନ୍ୟ ହିରୋଙ୍କୁ ଦେଉଛନ୍ତି ଟକ୍କର । ଆଉ ଆଜି ବି ସେ ଫିଲ୍ମର ମୁଖ୍ୟ ନାୟକ ସାଜି ବକ୍ସ ଅଫିସରେ କରୁଛନ୍ତି ରାଜ । ରଜନୀକାନ୍ତଙ୍କୁ ସାରା ଦେଶ ଥାଲାଇବାର ନାଁରେ ଜାଣିଛି । ଦକ୍ଷିଣ ଭାରତରେ ତାଙ୍କୁ ଭଗବାନଙ୍କ ଆଖ୍ୟା ଦିଆଯାଇଛି । ଏହି ଅଭିନେତାଙ୍କର ସାରା ବିଶ୍ୱରେ ରହିଛି ଫ୍ୟାନ୍ସ ।
ଫିଲ୍ମରେ ହିରୋ ସାଜିବା ତାଙ୍କ ପାଇଁ ଏତେ ସହଜ ନଥିଲା କି ସେ କୌଣସି ଧନୀ ପରିବାରୁ ଆସିସ ନାହାନ୍ତି । ସଫଳ ପାଇଁ ପାଇଁ ତାଙ୍କୁୁ ଅନେକ ସଂଘର୍ଷ କରିବାକୁ ପଡିଥିଲା । ପ୍ରଥମେ ସେ ନିଜ ପରିବାର ପୋଷିବା ପାଇଁ ବସ୍ କଣ୍ଡକ୍ଟର ଭାବରେ କାର୍ଯ୍ୟ କରୁଥିଲେ । କିଏ ଜାଣିଥିଲା ଯେ ଏହି ସରଳ ବ୍ୟକ୍ତି, ଦିନେ ସାରା ଦୁନିଆରେ ରାଜ୍ କରିବେ । ରଜନୀକାନ୍ତ ତାଙ୍କ ଅଭିନୟ କ୍ୟାରିୟର ମାତ୍ର ୨ହଜାର ଟଙ୍କାରୁ ଆରମ୍ଭ କରିଥିଲେ ।
କ୍ୟାରିୟରର ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ଶ୍ରୀଦେବୀଙ୍କ ସହ ଏକ ଫିଲ୍ମ କରିଥିଲେ । ଯେଉଁଥିରେ ସେ ଅଭିନେତ୍ରୀଙ୍କ ସାବତ ପୁଅ ଭୂମିକାରେ ଅଭିନୟ କରିଥିଲେ । ଏହି ଭୂମିକା ପାଇଁ ତାଙ୍କୁ ମାତ୍ର ୨୦୦୦ ଟଙ୍କା ପାରିଶ୍ରମିକ ମିଳିଥିଲା । ହେଲେ ଆଜି ରଜନୀକାନ୍ତ ଏକ ଫିଲ୍ମ ପାଇଁ ୧୦୦ କୋଟିରୁ କମ୍ ଟଙ୍କା ଚାର୍ଜ କରୁନାହାଁନ୍ତି । ତାଙ୍କ ଫିଲ୍ମ କଥା କହିଲେ ଶେଷଥର ତାଙ୍କୁ ଫିଲ୍ମ ଜେଲର ରେ ଦେଖିବାକୁ ମିଳିଥିଲା । ଯେଉଁଥିରେ ସେ ୧୧୦ କୋଟି ଟଙ୍କା ଫି’ ନେଇଥିଲେ ।