Pratidin TV

Odisha's Digital News Platform

ଜୁଲାଇ ୨୧ ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ..

1 min read

ଆସନ୍ତା ଜୁଲାଇ ୨୧ ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବ। ଏହି ପରୀକ୍ଷା ଜୁଲାଇ ୩୧ ତାରିଖ ଯାଏଁ ଚାଲିବ। ରାଜ୍ୟବ୍ୟାପି ୮୩  ଟି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବା ନିମନ୍ତେ ଆବଶ୍ୟକ ଆଡମିଟ୍ କାର୍ଡ www.bseodisha.ac.in ରୁ ପାଇପାରିବେ। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ  ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷାରେ ୯୭୨  ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସେମାନଙ୍କ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ୮୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି।ସେହିଭଳି SOSC ପରୀକ୍ଷା ପାଇଁ ୧୨୧ଟି କେନ୍ଦ୍ର କରାଯାଇଛି। ଏହି କେନ୍ଦ୍ରଗୁଡ଼ିକରେ ମୋଟ ୨୪ ହଜାର ୫୨୦ ଜଣ ପରୀକ୍ଷା ଦେବେ।  ପରୀକ୍ଷା ସମ୍ବନ୍ଧରେ ଅଧିକ ଜାଣିବା ପାଇଁ  ପରୀକ୍ଷାର୍ଥୀମାନେ ୦୭୬୧-୨୪୧୫୩୦୫କୁ କଲ କରି ଜାଣିପାରିବେ  ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *