Pratidin TV

Odisha's Digital News Platform

ଆଳୁ ଗାଡି ଆସିଗଲାଣି , ଆଉ ଓଡିଶାବାସୀ ହଇରାଣ ହେବେନି ।

1 min read

ଓଡିଶାରେ ଆଳୁକୁ ନେଇ ଚାଲିଥିବା ସଂକଟରେ ଖୁବ ଶୀଘ୍ର ପୂର୍ଣ୍ଣଚ୍ଛେଦ ପଡିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର । ସେ ଏଥିପାଇଁ ସିଧା ବିରୋଧି ଦଳର ନେତା ନବୀନ ପଟ୍ଟନାୟକଙ୍କୁ ର୍ଟାଗେଟ୍ କରିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ଭାଇ କହିଥିବେ ଆଉ ଭଉଣୀ ଆଳୁ ଗାଡି ଅଟକାଇ ଦେଇଥିବେ । ଅର୍ଥାତ୍ ଏଠି ମମତା ବାନର୍ଜି ଆଉ ନବୀନଙ୍କୁ ସିଧା ର୍ଟାଗେଟ୍ କରିଛନ୍ତି ଯୋଗାଣ ମନ୍ତ୍ରୀ ।

ସେ ଆଉ ମଧ୍ୟ କହିଛନ୍ତି ଯେ ଆଜି ଆମେ ଚାଉଳ ସମସ୍ୟାକୁ ଦୂର କରିଦେଇଛୁ । ଆଉ ହିତାଧିକାରୀ ହଇରାଣ ହେବେନି , ଏବେ ହିତାଧିକାରୀ ନିଜେ ଚାଉଳ ଏଟିଏମରୁ କାଢିପାରିବେ ।

Advertisement

Leave a Reply

Your email address will not be published. Required fields are marked *