Pratidin TV

Odisha's Digital News Platform

ଆମେରିକାରେ ଓକିଲାତି କରିବେ ଓଡିଆ ଝିଅ ପ୍ରଜ୍ଞା , ରୋଷେୟା ବାପା ଦେଇଥିଲେ ପ୍ରେରଣା ।

କମାଲ କଲେ ଓଡିଆ ଝିଅ ପ୍ରଜ୍ଞା ସାମଲ । ଏଥର ଆମେରିକାରେ ଓକିଲାତି କରିବାକୁ ଯିବେ ସୁପ୍ରିମ୍‌କୋର୍ଟ ରୋଷେୟାଙ୍କ ଝିଅ ପ୍ରଜ୍ଞା । ଏନେଇ ସୁପ୍ରିମକୋର୍ଟରେ କାର୍ଯ୍ୟରତ ଓଡ଼ିଆ ରୋଷେୟାଙ୍କ ଝିଅ ପ୍ରଜ୍ଞା ସାମଲଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡ଼। ନିକଟରେ ପ୍ରଜ୍ଞା ଆମେରିକାର ଦୁଇଟି ବିଶ୍ୱବିଦ୍ୟାଳୟରେ ଆଇନରେ ସ୍ନାତକୋତ୍ତର ଶିକ୍ଷା ପାଇଁ ସ୍କଲାରସିପ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପ୍ରଜ୍ଞାଙ୍କ ବାପା ଅଜୟ କୁମାର ସାମଲ ସୁପ୍ରିମକୋର୍ଟର ରୋଷେଇ କାର୍ଯ୍ୟ କରନ୍ତି ।

ତେବେ ଜଣେ ରୋଷେୟାଙ୍କ ଝିଅ ଏଭଳି ସଫଳତା ହାସଲ କରିବା କୌଣସି ଛୋଟ କଥା ନୁହଁ । ଏକଥା ଶୁଣି ବେଶ୍ ଖୁସି ହୋଇ ଯାଇଥିଲେ ପ୍ରଧାନ ବିଚାରପତି ଡି. ୱାଇ ଚନ୍ଦ୍ରଚୂଡ଼ ସିଂ। ଏହାପରେ ତାଙ୍କୁ କୋର୍ଟ ପରିସରକୁ ଡକାଇ ଅନ୍ୟ ବିଚାରପତିଙ୍କ ଉପସ୍ଥିତିରେ ସମ୍ମାନିତ କରିଛନ୍ତି।

କେବଳ ପ୍ରଧାନ ବିଚାରପତି ନୁହନ୍ତି, ସୁପ୍ରିମକୋର୍ଟର ସମସ୍ତ ବିଚାରପତି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଜ୍ଞାଙ୍କ ସଫଳତା ପାଇଁ ପ୍ରଜ୍ଞା ଓ ତାଙ୍କର ବାପା ମାଆଙ୍କୁ ମଧ୍ୟ ସମର୍ଦ୍ଧନା ଜଣାଇଥିଲେ। ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ କହିଥିଲେ ପ୍ରଜ୍ଞାଙ୍କ ସଫଳତା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ। ଏହି ଅବସରରେ ଚିଫ୍ ଜଷ୍ଟିସ୍ ପ୍ରଜ୍ଞାଙ୍କୁ ନିଜ ଦସ୍ତଖତରେ ଗୋଟିଏ ପୁସ୍ତକ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *