Pratidin TV

Odisha's Digital News Platform

ସାଙ୍କେତିକ ଭାଷାରେ ସୁପ୍ରିମକୋର୍ଟରେ ଯୁକ୍ତି ବାଢିଲେ ଦିବ୍ୟାଙ୍ଗ ଆଇଜୀବୀ ସାରା ସନ୍ନି

ଚଳିତ ବର୍ଷ ଦେଶରେ ଅନେ କୀତ୍ତିମାନ ହାସଲ କରିଛି । କିଛି ନୂଆ କରି ଇତିହାସ ରଚୁଛି । ଏହି କୀର୍ତ୍ତିମାନେ ସାମିଲ ହେଲା ଆଉ ଏକ ନୂଆ ଅଧ୍ୟାୟ । କାରଣ ସୁପ୍ରିମକୋର୍ଟ ଇତିହାସରେ ଘଟିଛି ନୂଆ ଘଟଣା । ସାଙ୍କେତିକ ଭାଷାରେ ଯୁକ୍ତି ବାଢିଲେ ଜଣେ ଦିବ୍ୟାଙ୍ଗ ମହିଳା ଆଇନଜୀବୀ । ସୁପ୍ରିମକୋର୍ଟରେ ସେପ୍ଟେମ୍ବର ୨୨ରେ ପ୍ରଥମ ଥର ପାଇଁ ଜଣେ ଦିବ୍ୟାଙ୍ଗ ମହିଳା ଏକ ମାମଲାର ଯୁକ୍ତି ବାଣ୍ଟିଥିଲେ । ଜଣେ ଭାଷ୍ୟକାରଙ୍କ ସହଯୋଗରେ ଯୁକ୍ତି ବାଢିଥିଲେ ଆଇନଜୀବୀ ସାରା ସନ୍ନି । ଆଉ ତାଙ୍କ ଭାଷ୍ୟକାର ଥିଲେ ସୌରଭ ରାୟ ଚୌଧୁରୀ ।ଭଚୁଆର୍ଲ ମୋଡରେ ଶୁଣାଣି ବେଳେ ନିୟନ୍ତ୍ରଣ କକ୍ଷ ପ୍ରଥମେ ସାରା ସନ୍ନିଙ୍କ ଭାଷ୍ୟକାର ସୌରଭଙ୍କୁ ପୁରା ଶୁଣାଣିରେ ନିଜ ଭିଡିଓ ଅନ ରଖିବାକୁ ଅନୁମତି ପ୍ରଦାନ କରାଯାଇ ନଥିଲା । କିନ୍ତୁ ସୌରଭ ଯେଉଁ ଭଳି ଭାବେ ସାରାଙ୍କ ଇସାରାକୁ ବୁଝି କୋର୍ଟ ଆଗରେ ଯୁକ୍ତିତର୍କ କରୁଥିଲେ ସେଥିରୁ ଜଣାପଡୁନଥିଲା ସେ ସାରା ନିଜ କଥାକୁ ଇସାରାରେ କହୁଛନ୍ତି ବୋଲି ।

ଏହିସମୟରେ ସାଲିସିଟର ଜେନେରାଲ ତୁଷାର ମେହତାଙ୍କ ସହିତ ଭଚୁଆର୍ଲ ମୋଡରେ ଜଡିତ ଥିବା ସମସ୍ତଙ୍କ ବ୍ୟକ୍ତି ସୌରଭଙ୍କୁ ଦେଖିବାକୁ ଚାହୁିଁଥିଲେ । ଯାହାଫଳରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ ଭାଷ୍ୟକାର ସୌରଭଙ୍କ ସ୍କ୍ରିନରେ ଆସିବାକୁ ଅନୁମତି ଦେଇଥିଲେ । ଶୁଣାଣି ଶେଷ ହେବା ପରେ ସମସ୍ତେ ସୌରଭ ଏବଂ ସିଜେଆଇଙ୍କ ପ୍ରଶଂସା କରିଥିଲେ ଦିବ୍ୟାଙ୍କ ସନ୍ନି । ଏବଂ ସେ କହିଥିଲେ ସିଜେଆଇ ଜଣେ ଖୋଲା ମନଭାବର ବ୍ୟକ୍ତି ଅଟନ୍ତି । ତାଙ୍କ ଯୋଗୁଁ ଦିବ୍ୟାଙ୍ଗମାନଙ୍କୁ ଏଖ ନୂଆ ସୁଯୋଗ ମିଳିଲା । ମାମଲାର ଶୁଣାଣି ବେଳେ ସନ୍ନି କୋର୍ଟରେ ଉପସ୍ଥିତ ନଥିଲେ । ଏଥିପାଇଁ ତାଙ୍କ ସିନିୟର ସଞ୍ଚିତା ମାମଲାକୁ ଭର୍ଚୁଆଲ ମୋଡ କରିବାର ବ୍ୟବସ୍ଥା କରିଥିଲେ ।

କାରଣ ସେ ପ୍ରମାଣ କରିବାକୁ ଚାହୁଁଥିଲେ ଯେ ଦିବ୍ୟାଙ୍ଗ ବ୍ୟକ୍ତି ମଧ୍ୟ କାହାକୁ ଠାରୁ ପଛରେ ନୁହନ୍ତି । ଏହାପରେ ଭର୍ଚୁଆଲ ମୋଡରେ ଶୁଣାଣି ଆରମ୍ଭ ହୋଇଥିଲା ବୋଲି ସନ୍ନି କହିଥିଲେ । ତାଙ୍କ ପାଇଁ ଦିବ୍ୟାଙ୍ଗଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହୋଇଛି ବୋଲି ସାରା ସନ୍ନି କହିଛନ୍ତି ।

Leave a Reply

Your email address will not be published. Required fields are marked *