ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି , ସ୍ଥଗିତ ହେବନାହିଁ ନିଟ୍ ପିଜି ପରୀକ୍ଷା..
1 min readନିଟ୍ ପିଜି ପରୀକ୍ଷା କୁ ନେଇ ସୁପ୍ରିମ କୋର୍ଟଙ୍କ ନିର୍ଦେଶ । ସ୍ଥଗିତ ହେବନାହିଁ ନିଟ୍ ପିଜି ପରୀକ୍ଷା । ହେବାକୁ ଥିବା ନିଟ୍ ପିଜି ପରୀକ୍ଷାକୁ ସ୍ଥଗିତ ରଖିବାକୁ ହୋଇଥିବା ଆବେଦନ କୁ ଅଗ୍ରାହ୍ୟ କରିଦେଇଛି ସୁପ୍ରିମକୋର୍ଟ । ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୁଡ୍ ଏବଂ ଜଷ୍ଟିସ୍ ଜେ.ବି ପାରଦୀୱାଲା ଏବଂ ମନୋଜ ମିଶ୍ରଙ୍କ ଏକ ବେଞ୍ଚ NEET PG ପରୀକ୍ଷା ସ୍ଥଗିତ ରଖିବାକୁ ମନା କରି ଦେଇଛନ୍ତି।
ତେବେ ଏହି ଆବେଦନର ଶୁଣାଣି କରି ସୁପ୍ରିମ କୋର୍ଟ କହିଛି ଯେ ଆମେ କିଭଳି ଏମିତି ଏକ ପରୀକ୍ଷାକୁ ସ୍ଥଗିତ ରଖିଦେବା। ଯଦି ଆବେଦନକୁ ଗ୍ରହଣ କରି ନିଆଯିବ, ତା’ହେଲେ ୨ ଲକ୍ଷ ଛାତ୍ରଛାତ୍ରୀ ଓ ୪ ଲକ୍ଷ ଅଭିଭାବକ ହନ୍ତସନ୍ତ ହେବେ। ୫ ଜଣ ଆବେଦନକାରୀଙ୍କ ପାଇଁ ଆମେ ୨ ଲକ୍ଷ ଶିକ୍ଷାର୍ଥୀଙ୍କ କ୍ୟାରିୟରକୁ ବିପଦ ମୁହଁକୁ ଠେଲି ଦେବା ଉଚିତ୍ ହେବ କି?