Pratidin TV

Odisha's Digital News Platform

ମଉଳିଲା ଆଶା. ବେଲ ଦେଲେନି ସୁପ୍ରିମକୋର୍ଟ,ପୁଣି ଜେଲ୍ ଯିବେ ମନୀଷ ସିସୋଦିଆ..

1 min read

ନୂଆଦିଲ୍ଲୀ : ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ବରିଷ୍ଠ ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଡିଆଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ବଡ ଝଟକା ଲାଗିଛି । ମନୀଷ ସିସୋଡିଆଙ୍କ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ବେଲ ନୁହେଁ ପୁଣି ଜେଲ ଯିବେ ସିସୋଦିଆ । ଅକ୍ଟୋବର ୧୭ ରେ ସିସୋଦିଆର ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ । କିନ୍ତୁ ଆଜି ଜଷ୍ଟିସ ସଂଜୀବ ଖନ୍ନା ଏବଂ ଏସ୍‌.ବି.ଏନ୍ ଭଟ୍ଟୀଙ୍କ ସାମ୍ବିଧାନିକ ଖଣ୍ଡପୀଠରେ ଦିଲ୍ଲୀର ପୂର୍ବତନ ଡେପୁଟି ସିଏମଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ । ଅନ୍ୟପଟେ ୬ରୁ ୮ ମାସ ମଧ୍ୟରେ ଶୁଣାଣି ଶେଷ କରିବାକୁ ସୁପ୍ରିମକୋର୍ଟ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଭୁଲି ହେଉ ନି ବାହାନଗା.. ସିଗ୍‌ନାଲ ଭାଙ୍ଗି ଲୋକପାଇଲଟ ଘଟାଇଲେ ବଡ ଦୁର୍ଘଟଣା, ଆଖି ପିଛୁଳାକେ ଚାଲିଗଲା ୧୪ ଜୀବନ..

Advertisement

ସୁପ୍ରିମକୋର୍ଟ କହିଛନ୍ତି ଯେ ସିସୋଡିଆ ତିନି ମାସ ପରେ ପୁଣି ଜାମିନ ପାଇଁ ଆସିପାରିବେ । ସୁପ୍ରିମକୋର୍ଟ ମନୀଷ ସିସୋଦିଆଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିବାବେଳେ କହିଛନ୍ତି ଯେ ୩୩୮ କୋଟି ଟଙ୍କାର ଏକ ଟ୍ରେଲର ପ୍ରମାଣିତ ହୋଇଛି । ମଦ ନୀତି ପ୍ରସଙ୍ଗରେ ଇଡି ଏବଂ ସିବିଆଇ ଦ୍ୱାରା ପଞ୍ଜୀକୃତ ହୋଇଥିବା ମାମଲାରେ ମନୀଷ ସିସୋଦିଆଙ୍କୁ ଫେବୁଆରୀରେ ଗିରଫ କରାଯାଇଥିଲା । ସୂଚନାମୁତାବକ, ମନୀଷ ସିସୋଦିଆଙ୍କ ଜାମିନ ଆବେଦନକୁ ପ୍ରଥମେ ଖାରଜ କରାଯାଇଥିଲା । ଏହାପରେ ସେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ହେଲେ ପୁଣି ଥରେ ତାଙ୍କ ବେଲକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଅବକାରୀ ନୀତି ଘୋଟାଲା ସହିତ ଜଡିତ ମନି ଲଣ୍ଡ୍ରିଂ ମାମଲାରେ ମାର୍ଚ୍ଚ ୯ରୁ ଦିଲ୍ଲୀ ତିହାଡ ଜେଲକୁ ଯାଇଥିଲେ ସିସୋଦିଆ । ସେବେ ଠାରୁ ସେ ବିଚାର ବିଭାଗୀୟ ହାଜତରେ ରହିଛନ୍ତି ।

Leave a Reply

Your email address will not be published. Required fields are marked *