Pratidin TV

Odisha's Digital News Platform

ସୁପ୍ରିମକୋର୍ଟର ନିଷ୍ପତ୍ତି , ଇଭିଏମ ଦ୍ୱାରା ହିଁ ହେବ ନିର୍ବାଚନ ..

1 min read

ଇଭିଏମ-ଭିଭିପାଟ୍ ମାମଲାରେ ଶୁଣାଣି କରିଛନ୍ତି ସର୍ବୋଚ୍ଚ ଅଦାଲତ ।ନିର୍ବାଚନରେ ବାଲାଟ ପେପର ବ୍ୟବସ୍ଥା ଫେରାଇ ଆଣିବାକୁ ହୋଇଥିବା ଆବେଦନ କୁ ଖାରଜ କରିଦେଇଛନ୍ତି । ସର୍ବୋଚ୍ଚ ଅଦାଲତ କହିଛି ଯେ EVM ଜରିଆରେ ହିଁ ଭୋଟିଂ ହେବ ବୋଲି କହିଛନ୍ତି ସୁପ୍ରିମ କୋର୍ଟ । ଭିଭି ୪୫ ଦିନ ଯାଏଁ ଭିଭିପାଟ୍ ସ୍ଲିପ୍ ସୁରକ୍ଷିତ ରଖାଯିବ। କୋର୍ଟ କହିଛନ୍ତି, ଫଳାଫଳ ଘୋଷଣା ହେବାର ୭ ଦିନ ମଧ୍ୟରେ ପ୍ରାର୍ଥୀ ପୁନଃ-ଯାଞ୍ଚ ପାଇଁ ଦାବି କରିପାରିବେ।

ସୁପ୍ରିମକୋର୍ଟ ଦ୍ବାରା ଜାରି କରାଯାଇଥିବା ଦ୍ୱିତୀୟ ନିର୍ଦ୍ଦେଶ ହେଉଛି, ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଇଞ୍ଜିନିୟର ଦଳ ଦ୍ବାରା ଇଭିଏମର ମାଇକ୍ରୋ କଣ୍ଟ୍ରୋଲର୍ ପ୍ରୋଗ୍ରାମ ଯାଞ୍ଚ କରିବାକୁ ପ୍ରାର୍ଥୀମାନଙ୍କ ପାଇଁ ବିକଳ୍ପ ରହିବ। ଫଳାଫଳ ଘୋଷଣା ହେବାର ସାତ ଦିନ ମଧ୍ୟରେ ପ୍ରାର୍ଥୀ ଏଥି ପାଇଁ ଦାବି କରିବେ । ଜଷ୍ଟିସ ଦୀପଙ୍କର ଦତ୍ତ ଓ ଜଷ୍ଟିସ ସଞ୍ଜୀବ ଖାନ୍ନା ଏହି ମାମଲାର ଶୁଣାଣି କରିଥିଲେ । ଏହା ସହିତ ଭେରିଫିକେସନ ସମୟରେ ଇଭିଏମ୍ ରେ ହେରଫେର ଆସିଲେ, ପ୍ରାର୍ଥୀ ପ୍ରଦାନ କରିଥିବା ସମସ୍ତ ରାଶି ସେମାନଙ୍କୁ ଫେରସ୍ତ କରାଯିବ । ତେବେ ଇଭିଏମ୍‌ ସହ ଭିଭିପିଏଟି ମେସିନ୍‌ରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦ ପ୍ରତିଶତ ଯାଞ୍ଚ କରାଇବା ନେଇ ସୁପ୍ରିମକୋର୍ଟରେ ହୋଇଥିଲା ଏକାଧିକ ଆବେଦନ ।

Advertisement

Leave a Reply

Your email address will not be published. Required fields are marked *