Pratidin TV

Odisha's Digital News Platform

କେଜରିଓ୍ବାଲଙ୍କୁ ଲାଗିଲା ବଡ଼ ଝଟ୍‌କା,ମାମଲା ଖାରଜ କରିବାକୁ ମନା କରିଦେଲା ସୁପ୍ରିମକୋର୍ଟ …

1 min read

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଲାଗିଲା ସୁପ୍ରିମ ଝଟକା । ଗୁଜୁରାଟ ବିଶ୍ୱବିଦ୍ୟାଳୟ (ଜିୟୁ) ମାନହାନୀ ମାମଲାକୁ ସୁପ୍ରିମକୋର୍ଟ ଖାରଜ କରିବାକୁ ମନା କରି ଦେଇଛନ୍ତି। ଏବେ ଅରବିନ୍ଦ କେଜରିୱାଲଙ୍କୁ ନିମ୍ନ ଅଦାଲତରେ ହାଜର ହେବାକୁ ପଡ଼ିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଗ୍ରୀ ସମ୍ପର୍କରେ ଗୁଜୁରାଟ ବିଶ୍ୱବିଦ୍ୟାଳୟକୁ ନେଇ ଏଏପି ନେତା ସଞ୍ଜୟ ସିଂ ଏବଂ ଅରବିନ୍ଦ କେଜରିୱାଲ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ତାଙ୍କ ବିରୋଧରେ ବିଶ୍ୱବିଦ୍ୟାଳୟ ଅପରାଧିକ ମାନହାନି ମକଦ୍ଦମା ଦାୟର କରିଥିଲେ। ଏହି ମାମଲାକୁ ବନ୍ଦ କରିବା ପାଇଁ ସଞ୍ଜୟ ସିଂଙ୍କ ଆବେଦନକୁ ଚଳିତ ବର୍ଷ ଏପ୍ରିଲ ୮ରେ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ। ବର୍ତ୍ତମାନ ଅରବିନ୍ଦ କେଜରିୱାଲଙ୍କ ଆବେଦନ ଉପରେ ମଧ୍ୟ ସମାନ ନିର୍ଦ୍ଦେଶ ଦିଆଯାଇଛି।

Advertisement

ଗୁଜୁରାଟ ହାଇକୋର୍ଟ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ନିମ୍ନ ଅଦାଲତ ଦେଇଥିବା ସମନକୁ ବାତିଲ କରିବାକୁ ମନା କରିଦେଇଥିଲେ। ସୁପ୍ରିମକୋର୍ଟରେ ଅରବିନ୍ଦ କେଜରିୱାଲ ଯୁକ୍ତି ଦର୍ଶାଇଥିଲେ ଯେ ଏହି ମାମଲା ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରଙ୍କ ଦ୍ୱାରା ଦାଖଲ ହୋଇଛି। ରେଜିଷ୍ଟ୍ରାରଙ୍କୁ ତାଙ୍କ ବିବୃତ୍ତିର ପ୍ରତ୍ୟକ୍ଷ ପୀଡ଼ିତ ଭାବରେ ବିବେଚନା କରାଯାଇପାରିବ ନାହିଁ। ତେବେ ଜଷ୍ଟିସ ହୃଷିକେଶ ରାୟ ଏବଂ ଏସଭିଏନ ଭଟ୍ଟୀଙ୍କ ବେଞ୍ଚ ଏହି ଯୁକ୍ତିକୁ ଗ୍ରହଣ କରି ନାହିଁ।

Leave a Reply

Your email address will not be published. Required fields are marked *