Pratidin TV

Odisha's Digital News Platform

ଋତୁସ୍ରାବ ଛୁଟି ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଆଦେଶ…

1 min read

ମହିଳାଙ୍କ ଋତୁସ୍ରାବ  ଛୁଟି ଦାବି ଆବେଦନ ଉପରେ  ଏବେ ସୁପ୍ରିମକୋର୍ଟ ଆଦେଶ ଦେବାକୁ ମନା କରି ଦେଇଛନ୍ତି। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସଚିବଙ୍କ ନିକଟକୁ ଯିବାକୁ ଆବେଦନକାରୀଙ୍କୁ କହିଛନ୍ତି। ରାଜ୍ୟ ସହ ପରାମର୍ଶ କରି ମାସିକ ଛୁଟିରେ ଏକ ମଡେଲ ନୀତି ପ୍ରସ୍ତୁତ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ କହିଛନ୍ତି ଏହା ଏକ ପ୍ରସଙ୍ଗ ନୁହେଁ, ଯାହାକୁ କୋର୍ଟ ବିଚାର କରିବ ।

ମନ୍ତ୍ରଣାଳୟର ସଚିବ ଏ ବାବଦରେ ନିୟମ ପ୍ରସ୍ତୁତ କରିବାକୁ ଚିନ୍ତା କରିବା ଉଚିତ, କିନ୍ତୁ ଏହା ଉପରେ ନୀତିନିୟମ ପ୍ରସ୍ତୁତ କରିବା ପୂର୍ବରୁ ସଚିବ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହିତ ପରାମର୍ଶ କରିବା ଆବଶ୍ୟକ। ଛୁଟି ମଞ୍ଜୁର କରିବାର ଦୁଇଟି ଦିଗ ଅଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଗୋଟିଏ ଦିଗ ହେଉଛି ରୋଜଗାରରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ପାଇବ। ଚାକିରି କ୍ଷେତ୍ରରେ ସେମାନଙ୍କର ଅଂଶ ବୃଦ୍ଧି ପାଇବ। ଏହା ମଧ୍ୟ କୁହାଯାଉଛି ଯେ ଏହି ଛୁଟିଦିନ ହେତୁ ଲୋକମାନେ ମହିଳାମାନଙ୍କୁ ଚାକିରୀ ଦେବାକୁ ଅନିଚ୍ଛା ପ୍ରକାଶ କରିପାରନ୍ତି। ଏଭଳି ପରିସ୍ଥିତିରେ ସମସ୍ତ ସରକାର ଏହି ଦୁଇଟି ଦିଗ ଉପରେ ଆଲୋଚନା କରିବା ଏବଂ ନୀତି ପ୍ରସ୍ତୁତ କରିବା ଦିଗରେ ଆଗକୁ ଭାବିବା ଉଚିତ୍।

Advertisement

Leave a Reply

Your email address will not be published. Required fields are marked *