Pratidin TV

Odisha's Digital News Platform

କେ.କବିତାଙ୍କୁ ବଡ଼ ଆଶ୍ବସ୍ତି, ଜାମିନ ଦେଲେ ସୁପ୍ରିମକୋର୍ଟ ..

1 min read

ଜେଲ୍‌ରୁ ବାହାରିବେ ବିଆରଏସ ନେତା କେ କବିତା ।ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା କେ.କବିତାଙ୍କୁ ମିଳିଲା ଜାମିନ୍‌। ସୁପ୍ରିମକୋର୍ଟରୁ ତାଙ୍କୁ ଆଜି ୧୦ ଲକ୍ଷ ଟଙ୍କା ମୁଚଲିକାରେ ସର୍ତ୍ତମୂଳକ ଜାମିନ ମିଳିଛି । ସୁପ୍ରିମକୋର୍ଟ ତାଙ୍କୁ ଏବେ ଜାମିନ ପ୍ରଦାନ କରିଛନ୍ତି। ଜଷ୍ଟିସ୍ ବିଆର୍‌ ଗଓ୍ୱଇ ଓ ଜଷ୍ଟିସ କେ.ବି ବିଶ୍ୱନାଥନଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ। ଆଡଭୋକେଟ୍ ମୁକୁଲ ରୋହତଗି କେ. କବିତାଙ୍କ ତରଫରୁ ହାଜର ହୋଇଥିଲେ।

ସିବିଆଇ ଏବଂ ଇଡି ଦ୍ୱାରା ପଞ୍ଜୀକୃତ ମାମଲାରେ ତାଙ୍କୁ ଜାମିନ ମିଳିଛି।ନିଜେ ଶୁଣାଣି ସମୟରେ କୋର୍ଟ ASG କୁ କବିତା କେଉଁ ପ୍ରମାଣ ନଷ୍ଟ କରିଛନ୍ତି ତାହା ପ୍ରମାଣ କରିବାକୁ କହିଥିଲେ। ତଦନ୍ତ ଶେଷ ହୋଇଛି ଏବଂ ଚାର୍ଜସିଟ୍ ଦାଖଲ କରାଯାଇଛି। ଏହି ମାମଲାରେ ୪୯୩ ଜଣ ସାକ୍ଷୀ ଅଛନ୍ତି। ସେ ଜଣେ ମହିଳା। ତାଙ୍କୁ ଜାମିନ କାହିଁକି ଦିଆଯାଉ ନାହିଁ? ବୋଲି କୋର୍ଟ ପ୍ରଶ୍ନ କରିଥିଲେ। ଏହାପରେ କବିତାଙ୍କୁ କୋର୍ଟ ଇଡି ଓ ସିବିଆଇ ଉଭୟ ମାମଲାରେ ଜାମିନ ପ୍ରଦାନ କରିଛନ୍ତି।

Advertisement

ପ୍ରକାଶଥାଉକି, ‘ସିବିଆଇ’ର ଅଭିଯୋଗ ଅନୁସାରେ କବିତା ଦିଲ୍ଲୀ ଅବକାରୀ ନୀତି ଘୋଟାଲାରେ ସମ୍ପୃକ୍ତ । ପୂର୍ବରୁ ଏହି ମାମଲାରେ ହାଇଦ୍ରାବାଦର ଜଣେ ବ୍ୟବସାୟୀ ମଧ୍ୟ ଗିରଫ ହୋଇଥିଲେ । ସେ ସମନରେ ହାଜର ନହେବା ପାଇଁ ଓ ସେ ଜଣେ ମହିଳା ହୋଇଥିବା କାରଣରୁ ତାଙ୍କୁ କେନ୍ଦ୍ରୀୟ ସଂସ୍ଥାର ଏକ ଟିମ୍‌ ବାସଭବନରେ ଆସି ଜେରା କରୁ ବୋଲି ମଧ୍ୟ କବିତା କୋର୍ଟରେ ଆବେଦନ କରିଥିଲେ । ହେଲେ ତାହା ଖାରଜ ହେବା ପରେ ଏକାଧିକ ଥର ସମନ ଜାରି କରି ଜେରା କରିବା ସହ କବିତାଙ୍କୁୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଳିତବର୍ଷ ମାର୍ଚ୍ଚ 15 ତାରିଖରେ ଗିରଫ କରିଥିଲା । ତାଙ୍କୁ ହାଇଦ୍ରାବାଦରୁ ଗିରଫ କରି ଦିଲ୍ଲୀ ନିଆଯାଇଥିଲା ।

Leave a Reply

Your email address will not be published. Required fields are marked *