Pratidin TV

Odisha's Digital News Platform

ସୁପ୍ରିମକୋର୍ଟଙ୍କ ଏହିସବୁ ସର୍ତ୍ତରେ ମିଳିଲା କେଜ୍ରିୱାଲଙ୍କୁ ଜାମିନ, ଜାଣନ୍ତୁ କ’ଣ ରହିଛି ସର୍ତ୍ତ ?

1 min read

ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୁପ୍ରିମ କୋର୍ଟଙ୍କ ଠାରୁ ଆରମ୍ଭ ପାଇଛନ୍ତି | କେଜ୍ରିୱାଲଙ୍କୁ କିଛି ସର୍ତ୍ତ ସହିତ କୋର୍ଟ ମଧ୍ୟବର୍ତ୍ତିକାଳୀନ ଜାମିନ ପ୍ରଦାନ କରିଛନ୍ତି | ମାର୍ଚ୍ଚ ୨୧ରୁ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗତକାଲି ମେ ୧0 ତାରିଖ ଦିନ ଜାମିନ ଦିଆଯାଇଛି | ନିର୍ଵାଭାନ ପ୍ରଚାରପାଇଁ ଜୁନ ୧ ପର୍ଯ୍ୟନ୍ତ ମିଳିଛି ଜାମିନ | ଜୁନ ୨ ତାରିଖ ଦିନ ଜେଲରେ ଆତ୍ମସମର୍ପଣ କରିବାକୁ କହିଛନ୍ତି ସୁପ୍ରିମକୋର୍ଟ | ତେବେ ସୁପ୍ରିମକୋର୍ଟ ରଖିଥିବାସରତ ଗୁଡିକ ହେଲା…

କେଜ୍ରିୱାଲଙ୍କୁ ୫0 ହଜାର ଟଙ୍କାର ଗୋଟିଏ ବଣ୍ଡ ଦାଖଲ କରିବାକୁ ପଡିବ |

Advertisement

ସେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଏବଂ ଦିଲ୍ଲୀ ସଚିବାଳୟ ଯାଇପାରିବେ ନାହିଁ |

ଲୋକସଭା ନିର୍ବାଚନ ପାଇଁ ଦେଶର ବିଭିନ୍ନ ପ୍ରାନ୍ତରେ ପ୍ରଚାର କରିପାରିବେ କେଜ୍ରିୱାଲ |

ଜାମିନରେ ଥିବା ବେଳେ ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କ ବିନା ଅନୁମତିରେ କୌଣସି ସରକାରୀ ଫାଇଲରେ ଦସ୍ତଖତ କରିପାରିବେ ନାହିଁ।

ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ମାମଲାରେ କିମ୍ବା ତାଙ୍କ ବିରୋଧରେ ଥିବା ଅଭିଯୋଗ ସମ୍ପର୍କରେ ସେ ମୁହଁ ଖୋଲିପାରିବେ ନାହିଁ।

ଏହି ମାମଲାରେ ସଖି କିମ୍ବା ସମ୍ପୃକ୍ତ ମାମଲାରେ ସାକ୍ଷୀଙ୍କୁ ପ୍ରଭାବିତ କରିବା କି ଯୋଗାଯୋଗ କରିପାରିବେ ନାହିଁ |

Leave a Reply

Your email address will not be published. Required fields are marked *