Pratidin TV

Odisha's Digital News Platform

ବାଲ୍ୟ ବିବାହକୁ ନେଇ ସୁପ୍ରିମକୋର୍ଟ ଜାରି କଲେ ନୂଆ ଗାଇଡଲାଇନ୍‌..

1 min read

ବାଲ୍ୟ ବିବାହକୁ ନେଇ ଆଜି ସୁପ୍ରିକୋର୍ଟ ଶୁଣାଇଛନ୍ତି ବଡ଼ ରାୟ । ଏହାସହିତ ବାଲ୍ୟ ବିବାହକୁ ନେଇଏକ ଗାଇଡଲାଇନ ମଧ୍ୟ ଜାରି କରାଯାଇଛି । କୌଣସି ବ୍ୟକ୍ତିଗତ ନିୟମ ବା ଚୁକ୍ତିନାମା ଦ୍ବାରା ବାଲ୍ୟ ବିବାହ ଉପରେ ପ୍ରତିବନ୍ଧକ ଆଇନକୁ ଏଡାଇ ଦିଆଯାଇ ପାରିବ ନାହିଁ ବୋଲି କୁହାଯାଇଛି । କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ପିଲାମାନଙ୍କ ସହ ଜଡ଼ିତ ବିବାହ ହେଉଛି ନିଜ ପସନ୍ଦର ଜୀବନ ସାଥୀ ବାଛିବା ପାଇଁ ସ୍ୱତନ୍ତ୍ର ଇଚ୍ଛାଶକ୍ତିର ଉଲ୍ଲଂଘନ। ଏହାଦ୍ୱାରା ସେମାନଙ୍କ ପସନ୍ଦର ଜୀବନ ସାଥୀ ବାଛିବା ବିକଳ୍ପ ଶେଷ ହୋଇଯାଏ।

ଏକ ଏନଜିଓ ଦ୍ୱାରା ଦାଖଲ କରାଯାଇଥିବା ପିଟିସନରେ ଅଭିଯୋଗ ହୋଇଥିଲା ଯେ ରାଜ୍ୟ ସ୍ତରରେ ଶିଶୁ ବିବାହ ନିଷେଧ ଆଇନ ଠିକ୍ ଭାବେ କାର୍ଯ୍ୟକାରୀ ହେଉନାହିଁ, ଯେଉଁଥିପାଇଁ ବାଲ୍ୟ ବିବାହ ମାମଲା ବଢ଼ିବାରେ ଲାଗିଛି। ଏହାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି। ଭାରତରେ ବାଲ୍ୟ ବିବାହ ନିବାରଣ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ୱାଇ ଚନ୍ଦ୍ରଚୁଦ୍, ଜଷ୍ଟିସ ଜେ.ବି ପରଦୀୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କ ବେଞ୍ଚ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି।

Advertisement

ରାଜ୍ୟ ସ୍ତରରେ ବାଲ୍ୟ ବିବାହ ନିଷେଧ ଆଇନକୁ ସଠିକ ଭାବେ କାର୍ଯ୍ୟକାରୀ ହେଉନାହିଁ । ଫଳରେ ବାଲ୍ୟ ବିବାହ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହି ପିଟିସନକୁ ଆଧର କରି ନୂଆ ଫୈସଲା ନେଇଛନ୍ତି ସୁପ୍ରିମକୋର୍ଟ ।ସୁପ୍ରିମକୋର୍ଟ ନୂଆ ଗାଇଡଲାଇନ ଜାରି କରି କହିଛନ୍ତି, ବୟସ ପୂର୍ବରୁ ଅର୍ଥାତ ବାଲ୍ୟକାଳରୁ ଯେଉଁଭଳି ଭାବେ ପିତାମାତା ପୁଅ ଝିଅ ପାଇଁ ପ୍ରସ୍ତାବ ଖୋଜି ନିର୍ବନ୍ଧ କରି ବିବାହ ବୟସ ପର୍ଯ୍ୟନ୍ତ ଅପେକ୍ଷା କରନ୍ତି, ଏଭଳି କରିବା ଯୁକ୍ତିଯୁକ୍ତ ନୁହେଁ । ଏହା ଦ୍ବାରା ସେମାନଙ୍କର ଜୀବନସାଥି ଖୋଜିବାର ସ୍ବତନ୍ତ୍ର ଇଚ୍ଛାର ଉଲଂଘନ କରାଯାଉଛି । ଦେଶରେ ବାଲ୍ୟ ବିବାହର ରୋକିବାକୁ ନେଇ ହୋଇଥିବା ଯାଚିକା ଉପରେ ଏହି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ ।

ଅନ୍ୟପଟେ ସିଜେଆଇ ଡିଓ୍ବାଇ ଚନ୍ଦ୍ରଚୂଡ ରାୟ ଶୁଣାଇ କହିଛନ୍ତି, ଦଣ୍ଡ ଏବଂ ଅଭିଯୋଜନା ପରିବର୍ତ୍ତେ ନିଷେଧ ଏବଂ ଆକଟ ଉପରେ ଫୋକସ୍ କରିବା ଜରୁରୀ । ମୁଁ କାନୁନ ଏବଂ ସମାଜଶାସ୍ତ୍ରୀୟ ବିଶ୍ଲେଷଣକୁ ଦେଖିଛି । ବାଲ୍ୟ ବିବାହ ନିଷେଧ ଅଧିନିୟମର ସଠିକ ନିର୍ଦ୍ଦେଶ ଦେଇଛୁ । ଅଣସଂରକ୍ଷିତ ବର୍ଗ, ଅସ୍ବାକ୍ଷରତା, ଗରିବୀଗ୍ରସ୍ତମାନଙ୍କୁ ସଠିକ୍ କାଉନସଲିଂ କରିବା ଜରୁରୀ ।

Leave a Reply

Your email address will not be published. Required fields are marked *