Pratidin TV

Odisha's Digital News Platform

ନରେନ୍ଦ୍ର ମୋଦୀଙ୍କୁ ନିର୍ବାଚନ ଲଢିବାକୁ ୬ ବର୍ଷ ବାରଣ , ସୁପ୍ରିମକୋର୍ଟ ଖାରଜ କରିଦେଲା ଆବେଦନ ..

1 min read

ପ୍ରଧାନମନ୍ତ୍ରୀଙ୍କୁ ୬ ବର୍ଷ ପାଇଁ ନିର୍ବାଚନ ଲଢ଼ିବାକୁ ବାରଣ କରାଯାଉ । ସୁପ୍ରିମକୋର୍ଟରେ ଏପରି ଏକ ଆବେଦନ ହୋଇଥିଲା । ଯାହାକୁ ମଙ୍ଗଳବାର ସୁପ୍ରିମକୋର୍ଟ ଖାରଜ କରିଦେଇଛି  । ସୁପ୍ରିମକୋର୍ଟରେ ନରେନ୍ଦ୍ର ମୋଦି ୨୦୨୪ ନିର୍ବାଚନ ପାଇଁ ଚାଲିଥିବା ପ୍ରଚାର ବେଳେ ଘୃଣା ସୃଷ୍ଟିକାରୀ ବୟାନ ଦେଇଛନ୍ତି ଓ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ  ଏପରି ଆବେଦନ ହୋଇଥିଲା  । ହେଲେ ଆଜି ସେହି ଆବେଦନକୁ ଖାରଜ କରିଦେଇଛି ସୁପ୍ରିମକୋର୍ଟ ।

ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ଏସ୍‌ସି ଶର୍ମାଙ୍କ ଖଣ୍ଡପୀଠ ଆବେଦନକାରୀଙ୍କୁ ଉପଯୁକ୍ତ ଅଧିକାରୀଙ୍କ ପାଖରେ ନିଜର ଅଭିଯୋଗ ଉପସ୍ଥାପନ କରିବାକୁ କହିଛନ୍ତି। ଖଣ୍ଡପୀଠ କହିଛନ୍ତି, “ଆପଣ ଉପଯୁକ୍ତ ଅଧିକାରୀଙ୍କ ପାଖରେ ଏହାକୁ ଉପସ୍ଥାପନ କରିଛନ୍ତି କି? ଏଠାକୁ ଆସିବା ପୂର୍ବରୁ ଆପଣଙ୍କୁ ପ୍ରଥମେ ଉପଯୁକ୍ତ ଅଧିକାରୀଙ୍କ ପାଖରେ ନିଜର ଅଭିଯୋଗ ଦାଖଲ କରିବାକୁ ପଡ଼ିବ। ଆମେ ଏହାର ଶୁଣାଣି କରିପାରିବୁ ନାହିଁ।” ଆବେଦନକାରୀ ଏହା ଶୁଣିବା ପରେ ଆବେଦନକୁ ପ୍ରତ୍ୟାହାର କରି ନେଇଥିଲେ । ଏହାପରେ କୋର୍ଟ ଆବେଦନକୁ ଖାରଜ କରିଥିଲେ।  ଜନପ୍ରତିନିଧି  ଆଇନ ବଳରେ ମୋଦିଙ୍କୁ ୬ ବର୍ଷ ପାଇଁ ବ୍ୟାନ କରିବାକୁ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନକାରୀ ସୁପ୍ରିମକୋର୍ଟରେ ନିବେଦନ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *