Pratidin TV

Odisha's Digital News Platform

ସୁପ୍ରିମକୋର୍ଟଙ୍କ ବଡ଼ ରାୟ ସରକାର ନେଇପାରିବେନି ଲୋକଙ୍କ ସମ୍ପତ୍ତି

1 min read

କୌଣସି ବ୍ୟକ୍ତିଗତ ସମ୍ପତ୍ତିକୁ ସରକାର ସାର୍ବଜନୀନ କବଜା କରିପାରିବେ ନାହିଁ | ଏହି ମାମଲାରେ ସୁପ୍ରିମକୋର୍ଟ ଦେଇଛନ୍ତି ବଡ ରାୟ | ପ୍ରତ୍ୟକ ବ୍ୟକ୍ତିଗତ ସମ୍ପତ୍ତିକୁ ସମ୍ପ୍ରଦାୟର ସମ୍ପତ୍ତି କୁହାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି | ତେବେ ଜନସାଧାରଣଙ୍କ ସ୍ୱାର୍ଥରେ ବ୍ୟକ୍ତିଗତ ସମ୍ପତ୍ତିର ସମୀକ୍ଷା କରାଯିବା ଉଚିତ | ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ୯ ଜଣିଆ ବିଚାରପତିଙ୍କ ବେଞ୍ଚ ୮-୧ ବହୁମତରେ ଏହି ରାୟ ଶୁଣାଇଛନ୍ତି । ଏଥିସହ ବେଞ୍ଚ ନିଜ ପୂର୍ଵ ରାୟକୁ ବଦଳାଇ ଦେଇଛନ୍ତି |

ପ୍ରଧାନ ବିଚାରପତି କହିଛନ୍ତି , ପ୍ରତ୍ୟକ ବ୍ୟକ୍ତିଗତ ସମ୍ପତ୍ତିକୁ ସମ୍ପ୍ରଦାୟର ଶାରୀରିକ ସମ୍ବଳ ଭାବରେ ବିବେଚନା କରଯାଇପାରିବ ନାହିଁ | ସରକାର କେବଳ କିଛି ଅଂଶକୁ ସମ୍ପ୍ରଦାୟର ସମ୍ବଳ ଭାବେ ଏହାକୁ ଜନସାଧାରଣ ସୁବିଧା ଭାବେ ଏହାକୁ ବ୍ୟବହାର କରିପାରିବେ | କିନ୍ତୁ ସମସ୍ତ ସମ୍ୱାତ୍ତିକୁ କବଜା କରିପାରିବେ ନାହିଁ |

Advertisement

୯ ଜଣିଆ ଖଣ୍ଡପୀଠରେ ସିଜେଆଇ ବହୁମତରେ ନିଷ୍ପତ୍ତି ଶୁଣାଇ ଜଷ୍ଟିସ୍ କୃଷ୍ଣା ଅୟରଙ୍କ ପୂର୍ବ ରାୟକୁ ଖାରଜ କରିଦେଇଛନ୍ତି, ଯେଉଁଥିରେ କୁହାଯାଇଥିଲା କି, ସମସ୍ତ ବ୍ୟକ୍ତିଗତ ମାଲିକାନାରେ ଥିବା ସମ୍ପତ୍ତିକୁ ରାଜ୍ୟ ଦ୍ୱାରା ଅଧିଗ୍ରହଣ କରାଯାଇପାରିବ । ଏଥିରେ ୧୯୭୮ ପର ଠାରୁ ସୁପ୍ରିମକୋର୍ଟଙ୍କ ଅନେକ ନିଷ୍ପତ୍ତିକୁ ରଦ୍ଦ କରିଦିଆଯାଇଛି | ଯାହା ଦାବି କରେ ଯେ, ସାଧାରଣ ହିତ ପାଇଁ ସରକାର ସମସ୍ତ ଘରୋଇ ସମ୍ପତ୍ତି ନେଇପାରିବେ | ଖଣ୍ଡପୀଠରେ ୭ ଜଣ ବିଚାରପତିଙ୍କ ସମର୍ଥନରେ ପ୍ରଧାନ ବିଚାରପତି କହିଛନ୍ତି ଯେ, ସମସ୍ତ ବ୍ୟକ୍ତିଗତ ସମ୍ପତ୍ତି ଶାରୀରିକ ସମ୍ବଳ ନୁହେଁ | ତେଣୁ ସରକାର ଏହାକୁ ଗ୍ରହଣ କରିପାରିବେ ନାହିଁ |

ତେବେ ୯ ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ଚଳିତ ମେ ରେ ବ୍ୟକ୍ତିଗତ ସମ୍ପତ୍ତିର ଶୁଣାଣି କରି ଏହି ମାମଲାର ରାୟ ସରଂକ୍ଷିତ କରି ରଖିଥିଲେ | ଏହି ମାମଲାରେ ରାୟ ପ୍ରଦାନ କରୁଥିବା ବେଳେ ସିଜିଆଇ କହିଛନ୍ତି ମୋର ଏବଂ ୬ ଜଣ ବିଚାରପତିଙ୍କ ୩ଟି ବିଚାର ଅଛି | ଏବେ ବ୍ୟକ୍ତିଗତ ସମ୍ପତ୍ତି ଉପରେ କବଜା କରିପରିବେନି ସରକାର | ଏଭଳିପ୍ରଧାନ ବିଚାରପତି ରାୟ ଶୁଣାଇଛନ୍ତି |

Leave a Reply

Your email address will not be published. Required fields are marked *