Pratidin TV

Odisha's Digital News Platform

ସୁପ୍ରିମକୋର୍ଟର ଐତିହାସିକ ନିଷ୍ପତ୍ତି : ସ୍ତ୍ରୀ ସମ୍ପତ୍ତି ରେ ନାହିଁ ସ୍ୱାମୀର ଅଧିକାର ..

1 min read

ସ୍ତ୍ରୀର ସମ୍ପତ୍ତି ଉପରେ ନାହିଁ ସ୍ବାମୀର ଅଧିକାର । ଏହା ଉପରେ ସମ୍ପୂର୍ଣ୍ଣ ଅଧିକାର କେବଳ ସ୍ତ୍ରୀର ରହିଥିବା ବେଳେ ସ୍ୱାମୀଙ୍କର ଏହି ସମ୍ପତ୍ତି ଉପରେ କୌଣସି ଅଧିକାର ନାହିଁ । ଅସୁବିଧା ସମୟରେ କେବଳ ସ୍ବାମୀ ସ୍ତ୍ରୀଙ୍କ ସମ୍ପତ୍ତିକୁ ବ୍ୟବହାର କରିପାରନ୍ତି। କିନ୍ତୁ ପରେ ତାହାକୁ ଫେରାଇବା ସ୍ବାମୀଙ୍କର ନୈତିକ ଦାୟିତ୍ୱ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏବେ ବିବାହିତା ମହିଳାଙ୍କ ଧନ ସମ୍ପତ୍ତି ଅଧିକାରକୁ ଆହୁରି ମଜଭୁତ କରିଛନ୍ତି ସୁପ୍ରିମକୋର୍ଟ । ଜଣେ ମହିଳାଙ୍କୁ ତାଙ୍କ ହଜିଥିବା ସୁନା ପାଇଁ ସର୍ବୋଚ୍ଚ ଅଦାଲତ ୨୫ ଲକ୍ଷ ଟଙ୍କା ଫେରାଇବା ନିମନ୍ତେ ସ୍ବାମୀଙ୍କୁ ନିର୍ଦ୍ଦେଶ ଦେବା ଅବସରରେ ଏହା କହିଛନ୍ତି।

ମହିଳା ଜଣକ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ ଯେ, ବିବାହ ସମୟରେ ତାଙ୍କ ବାପଘର ୮୯ଟି ସ୍ବର୍ଣ୍ଣମୁଦ୍ରା ଏବଂ ବିବାହ ପରେ ୨ ଲକ୍ଷ ଟଙ୍କାର ଚେକ୍‌ ଦେଇଥିଲେ। ତେବେ ବିବାହର ପ୍ରଥମ ରାତିରେ ସ୍ବାମୀ ଜଣକ ସ୍ତ୍ରୀଙ୍କ ସମସ୍ତ ଅଳଙ୍କାର ନେଇଯାଇ ତାଙ୍କ ମାଆଙ୍କ ପାଖରେ ରଖିଥିଲେ। ବିବାହ ପୂର୍ବର ଋଣ ଶୁଝିବା ପାଇଁ ସ୍ବାମୀ ଓ ଶାଶୂ ଉକ୍ତ ସୁନାକୁ ବ୍ୟବହାର କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ୨୦୧୧ରେ ପରିବାର ଅଦାଲତ ଏଥିପାଇଁ ସ୍ବାମୀ ଓ ତାଙ୍କ ମାଆଙ୍କୁ ଦାୟୀ କରିଥିବାବେଳେ କେରଳ ହାଇକୋର୍ଟ ପ୍ରମାଣ ଅଭାବରୁ ସେମାନଙ୍କୁ ମୁକ୍ତ କରିଦେଇଥିଲେ। ଏହା ବିରୋଧରେ ମହିଳା ଜଣକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସ୍ତ୍ରୀଙ୍କ ସମ୍ପତ୍ତି ଦମ୍ପତିଙ୍କ ମିଳିତ ସମ୍ପତ୍ତି ନୁହେଁ ବୋଲି ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ କହିଛନ୍ତି। ସ୍ତ୍ରୀ ବିବାହ ପୂର୍ବରୁ, ବିବାହ ସମୟରେ ବା ଏହା ପରେ ପାଇଥିବା ଉପହାର ତାଙ୍କ ନିଜସ୍ବ ଧନ ଏବଂ ଏହା ଉପରେ ସମ୍ପୂର୍ଣ୍ଣ ଅଧିକାର କେବଳ ସ୍ତ୍ରୀଙ୍କର ବୋଲି ଅଦାଲତ ସ୍ପଷ୍ଟ କରିଦେଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *