Pratidin TV

Odisha's Digital News Platform

ବିନା ସର୍ତ୍ତରେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ କ୍ଷମା ମାଗନ୍ତୁ ରାଘବ ଚଡ୍ଡା; ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଗୃହରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବିତ ହୋଇଥିବା ଆପ୍ ସାଂସଦ ରାଘବ ଚଡ୍ଡାଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ । ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଭେଟିବା ସହିତ ତାଙ୍କ ଆଚରଣ ପାଇଁ କ୍ଷମା ପ୍ରାର୍ଥନା କରିବାକୁ କହିଛନ୍ତି । କୋର୍ଟ କହିଛନ୍ତି ରାଘବ ଚଢା ପ୍ରଥମେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଭେଟି ଲିଖିତ ଆକାରରେ କ୍ଷମା ମାଗନ୍ତୁ,ଏହାପରେ ଅଧ୍ୟକ୍ଷ ତାଙ୍କ ନିଲମ୍ବନ ପ୍ରତ୍ୟାହାର ଉପରେ ବିଚାର କରିବେ ।
ସୂଚନାମୁତାବକ ,ଆପ୍ ସାଂସଦ ଚଡ୍ଡାଙ୍କୁ ରାଜ୍ୟସଭାରୁ ଗତ ଅଗଷ୍ଟ ୧୧ ତାରିଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନିଲମ୍ବନ କରାଯାଇଛି । କେନ୍ଦ୍ର ସରକାର ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀ (ସଂଶୋଧନ) ବିଲ୍ ୨୦୨୩କୁ ଯାଂଚ କରିବା ପାଇଁ ଏକ ପ୍ରସ୍ତାବିତ ସିଲେକ୍ଟ କମିଟିର ସଦସ୍ୟଭାବେ ସେ ଯେଉଁ କେତେଜଣ ସାଂସଦଙ୍କ ନାମ ଦେଇଥିଲେ ସେମାନଙ୍କର ଅନୁମତି ପୂର୍ବରୁ ନେଇ ନଥିଲେ । ଏଥିପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା । ରାଜ୍ୟସଭାରୁ ନିଲମ୍ବନ ମାମଲାରେ ଆମ୍ ଆଦମୀ ପାର୍ଟିର ସାଂସଦ ରାଘବ ଚଡ୍ଡାଙ୍କୁ ସୁପ୍ରିମକୋର୍ଟ କ୍ଷମା ମାଗିବାକୁ କହିଛନ୍ତି ।କୋର୍ଟଙ୍କ ଆଦେଶ ପରେ ରାଘବ ଚଡ୍ଡାଙ୍କ ତରଫରୁ ତାଙ୍କ ଓକିଲ କହିଛନ୍ତି ଯେ ରାଘବ ଚଡ୍ଡା ରାଜ୍ୟସଭା ଅଧ୍ୟକ୍ଷଙ୍କୁ ବିନା ସର୍ତ୍ତରେ କ୍ଷମା ମାଗିବାକୁ ପ୍ରସ୍ତୁତ ଅଛନ୍ତି ।

Leave a Reply

Your email address will not be published. Required fields are marked *