Pratidin TV

Odisha's Digital News Platform

କେଜ୍ରିୱାଲଙ୍କୁ ମିଳିବ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ଆବେଦନର ଶୁଣାଣି କରିବ ସୁପ୍ରିମକୋର୍ଟ ..

କେଜ୍ରିୱାଲଙ୍କୁ ମିଳିବ ଆଶ୍ୱସ୍ତି । ଖୁବ୍‌ଶୀଘ୍ର ମିଳିବ ବେଲ୍ । କାରଣ ଦେଶରେ ବର୍ତ୍ତମାନ ନିର୍ବାଚନ ଚାଲିଥିବାରୁ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଉପରେ ଶୁଣାଣି କରିବାକୁ ରାଜି ହୋଇଛନ୍ତି ସୁପ୍ରିମକୋର୍ଟ । କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଆବେଦନର ଶୁଣାଣି ମେ ସାତ ତାରିଖ କରାଯିବ । ସେହିଦିନ ଦୁଇପକ୍ଷର ଓକିଲଙ୍କ ଯୁକ୍ତି ଶୁଣିବେ ।

ଏଥିପାଇଁ ଇଡି କେଜ୍ରିୱାଲଙ୍କ ଓକିଲକୁ ପ୍ରସ୍ତୁତ ହୋଇ ଆସିବାକୁ କହିଛି । ଏବେ ଦେଶରେ ନିର୍ବାଚନ ପର୍ବ ଚାଲିଛି । ତେଣୁ ସର୍ବୋଚ୍ଚ ଅଦାଲତ ଅନ୍ତରୀଣ ଜାମିନ ଉପରେ ଯୁକ୍ତି ଶୁଣିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଖଣ୍ଡପୀଠ କହିଛନ୍ତି । ଏହାର ଅର୍ଥ ସମ୍ଭବତଃ କେଜ୍ରିୱାଲଙ୍କୁ ଆସନ୍ତା ୭ ତାରିଖରେ ଜାମିନ ମିଳିପାରେ ।

ମାର୍ଚ୍ଚ ୨୧ରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିଥିଲା । ତାଙ୍କୁ ଦୁଇଟି ପର୍ଯ୍ୟାୟରେ ରିମାଣ୍ଡରେ ନେବା ପରେ ଏପ୍ରିଲ ୧ରୁ ସେ ତିହାର ଜେଲରେ ରହିଛନ୍ତି । ସେ ଜାମିନ ଅପେକ୍ଷା ଗିରଫଦାରୀକୁ ବେଆଇନ ଦର୍ଶାଇ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ଗତ ଶୁଣାଣି ବେଳେ ସୁପ୍ରିମକୋର୍ଟ ମଧ୍ୟ କାହିଁକି ଜାମିନ ପାଇଁ ଆବେଦନ କରୁନାହାନ୍ତି ବୋଲି କେଜ୍ରିୱାଲଙ୍କ ଓକିଲଙ୍କୁ ପ୍ରଶ୍ନ କରିଥିଲେ ।

Leave a Reply

Your email address will not be published. Required fields are marked *