Pratidin TV

Odisha's Digital News Platform

ସୁପ୍ରିମକୋର୍ଟରେ ୨ ନୂଆ ବିଚାରପତି, CJI ଚନ୍ଦ୍ରଚୁଡ କରାଇଲେ ଶପଥ ..

1 min read

ସୁପ୍ରିମକୋର୍ଟରେ  ନୂତନ ବିଚାରପତି ଭାବେ ଆର. ମହାଦେବନ ଓ ନଙ୍ଗମେଇକାପାମ କୋଟିଶ୍ୱର ସିଂ  ଆଜି ଶପଥ ଗ୍ରହଣ କରିଛନ୍ତି । ଉଭୟଙ୍କୁ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ସର୍ବୋଚ୍ଚ ନ୍ୟାୟାଳୟ ରେ  ସିଜେଆଇ ଡିଓ୍ବାଇ ଚନ୍ଦ୍ରଚୂଡ  ଶପଥ ପାଠ କରାଇଛନ୍ତି । ଦୁଇ ନୂଆ ବିଚାରପତିଙ୍କ ଶପଥ ଗ୍ରହଣ ପରେ ସୁପ୍ରିମ କୋର୍ଟରେ  ମୁଖ୍ୟ ବିଚାରପତିଙ୍କ ସମେତ ବିଚାରପତିଙ୍କ ସଂଖ୍ୟା  ୩୪ରେ ପହଞ୍ଚିଛି।ସୁପ୍ରିମକୋର୍ଟ କଲେଜିୟମ ଦୁଇ ବିଚାରପତିଙ୍କୁ ସୁପାରିଶ କରିବାର କିଛି ଦିନ ପରେ ଜୁଲାଇ ୧୧ରେ ଅନୁମୋଦନ କରାଯାଇଥିଲା।

ଦୁଇ ବିଚାରପତିଙ୍କୁ ସୁପାରିଶ କରିବାବେଳେ କଲେଜିୟମ ବେଞ୍ଚରେ ବିବିଧତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି କାର୍ଯ୍ୟରତ ଥିଲେ  ଆର. ମହାଦେବନ ଏବଂ ଜମ୍ମୁ କଶ୍ମୀରର ତଥା ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ ନଙ୍ଗମେଇକାପାମ କୋଟିଶ୍ୱର ସିଂ।

Advertisement

Leave a Reply

Your email address will not be published. Required fields are marked *