Pratidin TV

Odisha's Digital News Platform

ସୁପ୍ରମକୋର୍ଟଙ୍କ ବଡ ରାୟ; ବୟସ ନିର୍ଣ୍ଣୟ ପାଇଁ ବୈଧ ନୁହଁ ଆଧାରକାର୍ଡ

1 min read

ଆଧାର କାର୍ଡ ନିଃସନ୍ଦେହରେ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ, କିନ୍ତୁ ଯେତେବେଳେ ଏକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ବୟସ ନିର୍ଣ୍ଣୟ କରିବାକୁ ଆସେ, ଆଧାର କାର୍ଡ ତାହା ପାଇଁ ଏକ ବୈଧ ଡକ୍ୟୁମେଣ୍ଟ ନୁହେଁ | ଏକ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି। ଖବର ଅନୁଯାୟୀ, ସୁପ୍ରିମକୋର୍ଟ ଗୁରୁବାର ଦିନ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବାତିଲ କରିଛନ୍ତି ଯେଉଁଥିରେ କ୍ଷତିପୂରଣ ପ୍ରଦାନ ପାଇଁ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ବୟସ ନିର୍ଣ୍ଣୟ କରିବାକୁ ଆଧାର କାର୍ଡ ଗ୍ରହଣ କରାଯାଇଛି।

ରିପୋର୍ଟ ଅନୁଯାୟୀ, ଜଷ୍ଟିସ ସଂଜୟ କରୋଲ ଏବଂ ଜଷ୍ଟିସ ଭୂଆଁଙ୍କ ଏକ ଦୁଇ ଜଣିଆ ଖଣ୍ଡପୀଠ ଏହା ଉପରେ ଶୁଣାଣି କରି କହିଛନ୍ତି, ଆଧାର କାର୍ଡକୁ ଆଧାର କରି କୌଣସି ବ୍ୟକ୍ତିର ବୟସ ନିର୍ଣ୍ଣୟ କରାଯାଇପାରିବ ନାହିଁ। ସ୍କୁଲ ଛାଡ଼ିଥିବା ପ୍ରମାଣ ପତ୍ର ତଥା ଏସଏଲସି ବା ସ୍କୁଲ ଲିଭିଂ ସାର୍ଟିଫିକେଟ ଉଲ୍ଲେଖ ଥିବା ଜନ୍ମ ତାରିଖ ହିଁ ପ୍ରଯୁଜ୍ୟ ବୋଲି କହିଛି ସର୍ବୋଚ୍ଚ ନ୍ୟାୟାଳୟ। ଏଥିସହିତ ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ ଇଣ୍ଡିଆ ଏହାର ସର୍କୁଲାର ନମ୍ବର ୮/୨୦୧୩ ରେ ଏହା ସ୍ଫଷ୍ଟ ଭାବେ କହିଛି ଯେ, ଆଧାର କାର୍ଡ ପରିଚୟ ପତ୍ର ଭାବେ ବ୍ୟବହାର କରାଯାଇପାରିବ, କିନ୍ତୁ ଏହା ଜନ୍ମ ତାରିଖର ପ୍ରମାଣ ନୁହେଁ ବୋଲି କୋର୍ଟ କହିଛନ୍ତି।

Advertisement

ତେବେ ୨୦୧୫ରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଜଣେ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କ ଦ୍ଵାରା ଦାଖଲ ହୋଇଥିବା ପିଟିସନ ଉପରେ ଶୁଣାଣି କରି ଏହି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ମୃତକ ଜଣକଙ୍କର ବୟସ ନିର୍ଣ୍ଣୟ କରିବା ପାଇଁ ପଞ୍ଜାବ ଏବଂ ହରିୟଣା ହାଇକୋର୍ଟ ଆଧାର କାର୍ଡ ଅନୁଯାୟୀ ଜନ୍ମ ତାରିଖ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହାକୁ ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା କି ହାଇକୋର୍ଟ ଆଧାର କାର୍ଡ ଆଧାରରେ ମୃତକଙ୍କ ବୟସ ନିର୍ଦ୍ଧାରଣ କରିବାରେ ତ୍ରୁଟି କରିଛନ୍ତି।

Leave a Reply

Your email address will not be published. Required fields are marked *