ବୈଧ ରହିଲା ୩୭୦ ଉଚ୍ଛେଦ ନିଷ୍ପତ୍ତି, ୨୦୨୪ ସେପ୍ଟେମ୍ବରରେ ଜମ୍ମୁ କାଶ୍ମୀରରେ ହେବ ନିର୍ବାଚନ!
1 min readଇତିହାସ ପାଲଟିଲା ଆର୍ଟିକିଲ ୩୭୦ । ୪ ବର୍ଷ ୪ ମାସ ୬ ଦିନ ପରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ଲାଗିଲା ‘ସୁପ୍ରିମ’ ମୋହର । ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ଆସିଲା ଐତିହାସିକ ରାୟ । ରାଜ୍ୟରୁ ଧାରା ୩୭୦ ହଟାଇବା ପ୍ରସଙ୍ଗକୁ ସଠିକ ଦର୍ଶାଇଲେ ସୁପ୍ରିମକୋର୍ଟ । ସୋମବାର ସୁପ୍ରିମକୋର୍ଟ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ହଟାଇବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବଡ଼ ରାୟ ଶୁଣାଇଛନ୍ତି । ପାଞ୍ଚ ସଦସ୍ୟ ବିଶିଷ୍ଟ ସମ୍ବିଧାନ ବେଞ୍ଚ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିବା ସହ ସୁପ୍ରିମକୋର୍ଟ ଧାରା ୩୭୦ ଉଚ୍ଛେଦକୁ ବୈଧ ବୋଲି ଘୋଷଣା କରିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ସଞ୍ଜୟ କିଶନ କୌଲ୍, ସଞ୍ଜୀବ ଖାନ୍ନା, ବିଆର୍ ଗଭାଇ ଏବଂ ସୂର୍ଯ୍ୟ କାନ୍ତଙ୍କ ପାଞ୍ଚ ଜଣିଆ ସମ୍ବିଧାନ ପୀଠ କହିଛନ୍ତି ଯେ ଜମ୍ମୁ କାଶ୍ମୀରରେ ୩୭୦ ଧାର ଲାଗୁ କରିବା ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା । ଜାମ୍ମୁ କାଶ୍ମୀରକୁ ନେଇ ରାଷ୍ଟ୍ରପତି ନେଇଥିବା ନିଷ୍ପତ୍ତିକୁ ସଠିକ ଦର୍ଶାଇଛନ୍ତି ସୁପ୍ରିମକୋର୍ଟ ।
ସୁପ୍ରିମକୋର୍ଟ କହିଛନ୍ତି ଯେ ଜାମ୍ମୁ କାଶ୍ମୀରରେ କେବଳ ଭାରତର ସମ୍ବିଧାନ ଲାଗୁ କରାଯିବ । ଅନ୍ୟ କୌଣସି ସମ୍ବିଧାନ ଲାଗୁ କରାଯିବ ନାହିଁ । ଆସନ୍ତା ୩୦ ସେପ୍ଟେମ୍ବର ୨୦୨୪ ସୁଦ୍ଧା ଜାମ୍ମୁ କାଶ୍ମୀରରେ ନିର୍ବାଚନ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଯାହା ଦ୍ୱାରାକି ଜାମ୍ମୁ କାଶ୍ମୀରକୁଲଦାଖ କେନ୍ଦ୍ରଶାସିତ ଅଚଳ ଭାବେ ସ୍ଥିତି ବଜାୟ ରହିବ ।ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଏହି ରାୟ ଆସିଛି ।
୨୦୧୯ରେ ଧାରା ୩୭୦ ଉଚ୍ଛେଦ ବିରୋଧରେ ଦାଖଲ ହୋଇଥିବା ବିଭିନ୍ନ ଆବେଦନ ଉପରେ ସର୍ବୋଚ୍ଚ କୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି । ସିଜେଆଇ ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପୀଠ ମାମଲାର ରାୟ ପ୍ରକାଶ କରିଛନ୍ତି । ଗତ ଅଗଷ୍ଟ ମାସରେ ସୁପ୍ରିମକୋର୍ଟ ମାମଲାର ମାରାଥନ ଶୁଣାଣି କରିଥିଲେ । ସେପ୍ଟେମ୍ବର ୫ତାରିଖରେ ରାୟ ସଂରକ୍ଷିତ ରଖିଥିଲେ । ୩୭୦ ଧାରା ବିପକ୍ଷରେ ବରିଷ୍ଠ ଆଇନଜୀବୀ କପିଲ ଶିବଲ, ଗୋପାଲ ସୁବ୍ରମଣ୍ୟମ୍, ରାଜୀବ ଧୱନ, ଜଫର ଶାହ, ଦୁଷ୍ୟନ୍ତ ଦେବ, ନିଜ ପକ୍ଷ ରଖିଥିଲେ । ସେପଟେ ଆଟର୍ଣ୍ଣିଂ ଜେନେରାଲ ଆର ଭେଙ୍କଟରମଣୀ, ସଲିସିଟର ଜେନେରାଲ ତୁଷାର ମେହତା, ବରିଷ୍ଠ ଆଇନଜୀବୀ ହରିଶ ସାଲଭେ, ରାକେଶ ଦ୍ୱିବେଦୀ, ବି. ଗିରି କେନ୍ଦ୍ର ସରକାରଙ୍କ ପକ୍ଷ ରଖି ୩୭୦ ଧାରା ହଟାଯିବା ନିଷ୍ପତ୍ତି ଉଚିତ ଥିଲା ବୋଲି ଦର୍ଶାଇ ଥିଲେ । ୨୦୧୯ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ । ଧାରା ଉଚ୍ଛେଦ କରିବା ସହ ଜାମ୍ମୁକାଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଆବେଦନକାରୀ ଚ୍ୟାଲେଞ୍ଜ କରିଥିଲେ ।