Pratidin TV

Odisha's Digital News Platform

ସୁପ୍ରିମକୋର୍ଟ ନେଲା ନିଷ୍ପତି ; ତଲାକ୍ ପରେ ସ୍ବାମୀଙ୍କଠୁ ଭରଣପୋଷଣ ପାଇବେ ମୁସଲିମ ମହିଳା..

1 min read

 ଏବେ ମୁସଲମାନ ମହିଳା ମଧ୍ୟ ପାଇପାରିବେ  ଭରଣ ପୋଷଣ । ମୁସଲିମ ମହିଳାଙ୍କ ଅଧିକାରକୁ ନେଇ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି।  ଛାଡପତ୍ର ପରେ ବି ଜଣେ  ମୁସଲମାନ ମହିଳାଙ୍କୁ  ତାଙ୍କ ପୂର୍ବତନ ସ୍ୱାମୀ ଦାୟିତ୍ୱ ନେବେ ବୋଲି  ସର୍ବୋଚ୍ଚ ଅଦାଲତ କହିଛନ୍ତି।  । ବୁଧବାର ସର୍ବୋଚ୍ଚ ନ୍ୟାୟାଳୟ ଏ ନେଇ ରାୟ ପ୍ରଦାନ କରିଛନ୍ତି।ରକ୍ଷଣାବେକ୍ଷଣ କ୍ଷେତ୍ରରେ ଧର୍ମ ବାଧା ସୃଷ୍ଟି କରିପାରିବ ନାହିଁ ବୋଲି ରାୟରେ ଦର୍ଶାଇଛନ୍ତି ସର୍ବୋଚ୍ଚ ଅଦାଲତ।  ଜଷ୍ଟିସ୍ ବି.ଭି ନାଗରତ୍ନ ଏବଂ ଅଗଷ୍ଟିନ୍ ଜର୍ଜ ମାସିହଙ୍କୁ ନେଇ ଗଠିତ ବେଞ୍ଚ ଗୁରୁତ୍ୱପୂର୍ଣ୍ଣ ଶାହ ବାନୋ ମାମଲାରେ ଏକ ଆବେଦନକୁ ଖାରଜ କରିଦେଇଛି।ସୂଚନା ଅନୁସାରେ, ତେଲାଙ୍ଗାନାର ଜଣେ ମୁସଲିମ ମହିଳା ଓ ତାଙ୍କ ସ୍ୱାମୀ ମହମ୍ମଦ ଅବଦୁଲ ମସାଦଙ୍କ ମଧ୍ୟରେ 2017ରେ ଛାଡ଼ପତ୍ର ହୋଇଥିଲା। କିନ୍ତୁ ମହିଳା ଜଣକ CrPCର ଧାରା 125 ଅନୁଯାୟୀ ସ୍ୱାମୀଙ୍କଠୁ ଭରଣ ପୋଷଣ ପାଇଁ ଦାବି କରିଥିଲେ।

କିନ୍ତୁ ତାଙ୍କ ସ୍ୱାମୀ ଅବଦୁଲ ମସାଦ ଏହାକୁ ଚ୍ୟାଲେଞ୍ଜ କରିଥିଲେ।  ଆଜି ସର୍ବୋଚ୍ଚ ଅଦାଲତର ଜଷ୍ଟିସ ବିଭି ନାଗାରତ୍ନ ଓ ଜଷ୍ଟିସ ଅଗସ୍ତିନ ଗର୍ଗ ମାସିହ ଏହା ଉପରେ ଶୁଣାଣି କରି ଅବଦୁଲଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି। CrPCର ଧାରା 125 ଅନୁସାରେ ଛାଡ଼ପତ୍ର ପରେ ବି ସ୍ୱାମୀ, ସ୍ତ୍ରୀର ଭରଣ ପୋଷଣ ଦାୟିତ୍ୱ ନେବାକୁ ବାଧ୍ୟ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଏଥିସହ ଭରଣ ପୋଷଣ ବାବଦକୁ ସ୍ତ୍ରୀକୁ ମାସିକ 20 ହଜାର ଟଙ୍କା ଦେବାକୁ ଅବଦୁଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ମୁସଲିମ୍ ମହିଳା (ସଂରକ୍ଷଣ ଅଧିକାର ଉପରେ ଛାଡପତ୍ର) ଅଧିନିୟମ ୧୯୮୬ ଧର୍ମନିରପେକ୍ଷ ଆଇନ ଉପରେ

Leave a Reply

Your email address will not be published. Required fields are marked *