Pratidin TV

Odisha's Digital News Platform

ଅନିଲ୍ ଅମ୍ବାନିଙ୍କୁ ଲାଗିଲା ସୁପ୍ରିମ ଝଟକା , ହାତରୁ ଚାଲିଗଲା ୮ ହଜାର କୋଟି ..

1 min read

ଏସିଆର ଶ୍ରେଷ୍ଠ ଉଦ୍ୟେଗପତି ମୁକେଶ ଅମ୍ବାନୀଙ୍କ ସାନ ଭାଇ ଅନିଲ ଅମ୍ବାନୀଙ୍କୁ ଲଗିଛି ସୁପ୍ରିମ୍ ଝଟକା । ପୁଣି ଥରେ ଭୁସୁଡି ପଡିଛି ତାଙ୍କ ଆର୍ଥିକ ସ୍ଥିତି । ଏଇ ଏବେ ଏବେ ତାଙ୍କର ଆର୍ôଥକ ସ୍ଥିତି ଧିରେ ଧିରେ ସୁଧୁରିବାକୁ ଲାଗିଥିଲା କିନ୍ତୁ ଏହି ସମୟରେ ସୁପ୍ରିମକୋର୍ଟରୁ ତାଙ୍କୁ ବଡ ଝଟକା ଲାଗିଛି । ଅନିଲ ଅମ୍ବାନୀଙ୍କ କମ୍ପାନୀକୁ ଡିଏମଆରସି ମାମଲାରେ ସୁପ୍ରିମକୋର୍ଟ ବଡ ନିଷ୍ପତ୍ତି ନେଇଛନ୍ତି । କୋର୍ଟ ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଇନଫ୍ରାଷ୍ଟ୍ରକ୍ଚରର ମେଟ୍ରୋ ୟୁନିଟ୍ ଦିଲ୍ଲୀ ଏୟାରପୋର୍ଟ ମେଟ୍ରୋ ଏକ୍ସପ୍ରେସ୍ ପ୍ରାଇଭେଟ୍ ଲିମିଟେଡକୁ ଦିଲ୍ଲୀ ମେଟ୍ରୋର ଜମା ରାଶିକୁ ଫେରାଇବାକୁ କହିଛନ୍ତି ।

କୋର୍ଟ ଡିଏମଆରସି ତରଫରୁ ଦିଆଯାଇଥିବା ସମ୍ପୂର୍ଣ୍ଣ ରାଶିକୁ ଫେରାଇବାକୁ କହିଛନ୍ତି । ଏହି ଖବର ଆସିବା ପରେ ରିଲାଏନ୍ସ ଇନଫ୍ରାଷ୍ଟ୍ରକଚରର ସେୟାର ବହୁତ ତଳକୁ ଖସିଆସିଛି ।ସୁପ୍ରିମକୋର୍ଟ ଡିଏମଆରସି ତରଫରୁ ଦାଖଲ କ୍ୟୁରେଟିଭ୍ ଯାଚିକାକୁ ମଞ୍ଜୁର କରି କରଜରେ ବୁଡିଥିବା ଅନିଲ ଅମ୍ବାନୀଙ୍କୁ ଏକ ଶକ୍ତ ଝଟକା ଦେଇଛନ୍ତି । ୧୨ ବର୍ଷ ପୁରୁଣା ମାମଲାରେ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଖଣ୍ଡପୀଠ ରିଲାଏନ୍ସର ଦିଲ୍ଲୀ ବିମାନବନ୍ଦର ମେଟ୍ରୋ ଏକ୍ସପ୍ରେସକୁ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ତରଫରୁ ଜମା କରାଯାଇଥିବା ରାଶିକୁ ଫେରାଇବାକୁ କହିଛନ୍ତି । ଏହି ମାମଲା ୨୦୧୨ରେ ଆରମ୍ଭ ହୋଇଥିଲା ଯେବେ ଦିଲ୍ଲୀ ଏୟାରପୋର୍ଟ ଡିଏମଆରସିର ତ୍ରୁଟି ଦେଖାଇ ଚୁକ୍ତି ଭାଙ୍ଗି ଦେଇଥିଲା । ଏହା ପରେ ମାମଲା ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଥିଲା ।

Advertisement

Leave a Reply

Your email address will not be published. Required fields are marked *