କମ୍ପ୍ରମାଇଜ୍ ପାଇଁ ସୁପ୍ରିୟା ମ୍ୟାଡାମ୍ ମାଗୁଥିଲେ ୫୦ ହଜାର ; ଦେଇପାରିଲେନି ଯୁବକ , ଫେସବୁକରେ ଲାଇଭ୍ ଆସି ହାରିଦେଲେ ଜୀବନ ….
1 min readପିପିଲି ; ପୋଲିସ ନାମରେ ସାଙ୍ଘାତିକ ଅଭିଯୋଗା ଭିଡିଓରେ କହିଲେ ନିଜ ମୃତ୍ୟୁର କାରଣ, ଆଉ ଏହାପରେ ଜୀବନ ହାରିଲେ ଯୁବକ। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ପୋଲିସ ଉପରେ ମଧ୍ୟ ଗୁରୁତର ଅଭିଯୋଗ ଲଗାଇଥିଲେ। ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା।
ସୁପ୍ରିୟା ମାଡାମ୍ ପଇସା ଖିଆ ମାଡ଼ମ୍ । ୫୦ ହଜାର ଟଙ୍କା ମାଗୁଥିଲେ କମ୍ପର ମାଇଜ୍ ପାଇଁ । ମୁଁ ନ ଦେବାରୁ ମୋ ନାଁ ରେ ମିଛ କେସ୍ କରିଛି ପୋଲିସ୍ । ମୋତେ ଫରୱାଡ କରିବାକୁ ପୋଲିସ୍ ଧମକ ଦେଉଛି ।ମୁଁ ମରିଗଲା ପରେ ମୋ ଆତ୍ମା ଛାଡିବ ନାହିଁ । ମୋ କେସ୍ ପାଇଁ ମୋ ସ୍ତ୍ରୀ , ତା ଭାଇ ପ୍ରବିନ୍ , ସଂଜୟ ସାମିଲ୍ ଅଛନ୍ତ । ଏପରି କିଛି ନିଜ ମୋବାଇଲ୍ କ୍ୟାମେରା ସାମ୍ନାରେ କହି ଫ୍ୟାନ୍ ରେ ଝୁଲି ପଡ଼ିଲେ ପିପିଲି ଥାନା ଡେଲ୍ଟା କଲୋନୀ ପୁବା ଶାସନର ଯୁବକ ଦିବ୍ୟ ଜ୍ୟୋତି ସାହୁ ।
ପିପିଲି ଥାନା ଡେଲ୍ଟା କଲୋନୀ ପୁବା ଶାସନର ଦିବ୍ୟ ଜ୍ୟୋତି ଗତ ୨ ବର୍ଷ ପୂର୍ବେ ଭୁବନେଶ୍ଵର ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲେ । ପରେ ସେମାନଙ୍କ ମଧ୍ୟରେ ମତାନ୍ତର ହେବା ଯୋଗୁ ପ୍ରିୟଙ୍କା ଲିଙ୍ଗରାଜ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଲିଙ୍ଗରାଜ ଥାନା ଏସ୍ ଆଇ ସୁପ୍ରିୟା କେସ୍ କମ୍ପରମାଇଜ୍ କରାଇବା ପାଇଁ ଦିବ୍ୟ ଜ୍ୟୋତିଙ୍କୁ ୫୦ ହଜାର ଟଙ୍କା ମାଗିଥିଲେ । ଟଙ୍କା ନ ଦେଲେ ପରିବାର ର ସମସ୍ତଙ୍କୁ ବାନ୍ଧି ଫରୱାଡ୍ କରି ଦେବା ର ଧମକ ଦେଇଥିଲେ ଏସ ଆଇ ସୁପ୍ରିଲା । ଏଭଳି ଘଟଣାରେ ଦିବ୍ୟ ଜ୍ୟୋତି ମାନସିକ ଆଘାତ ପାଇବା ସହ ଗତ ମଙ୍ଗଳବାର ଦିନ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା ପୂର୍ବରୁ ମୋବାଇଲ୍ କ୍ୟାମେରା ସାମ୍ନାରେ ସମସ୍ତ ଅଭିଯୋଗ ଭିଡ଼ିଓ ରେକଡ଼ିଙ୍ଗ କରିଛନ୍ତି । ଏ ନେଇ ଦିବ୍ୟ ଜ୍ୟୋତିଙ୍କ ବାପା କୌଶଲ୍ୟାଗଙ୍ଗ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ।